Categories: ଜାତୀୟ

ରକ୍ତ ଜୁଡ଼ୁବୁଡ଼ୁ କୁରାଢ଼ି ଧରି ଥାନାରେ ପହଞ୍ଚିଲେ କକା

ଲକ୍ଷ୍ନୌ,୨୪।୫: ଉତ୍ତର ପ୍ରଦେଶର କନ୍ନୌଜରେ ଏକ ବିବତ୍ସ ହତ୍ୟାକାଣ୍ଡ ଘଟିଛି। ସୁରଜ ପାଲ୍‌ ନାମକ ଜଣେ ବ୍ୟକ୍ତି ତାଙ୍କର ୩୨ବର୍ଷୀୟ ପୁତୁରାଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ରକ୍ତଲଗା ମାରଣାସ୍ତ୍ର ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି।

ସୂଚନା ଯୋଗ୍ୟ, ସୁରଜ ଏବଂ ପୁତୁରା ସୁନୀଲଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏଥିରେ ସୁରଜ ଉତ୍‌କ୍ଷିପ୍ତ ହୋଇ ପୁତୁରା ସୁନୀଲଙ୍କୁ ଏକ କୁରାଢ଼ିରେ ହାଣି ହତ୍ୟା କରିଥିଲେ। ପରେ ଥାନାରେ ଆତ୍ମସମର୍ପଣ କରିଥିବା ଥାନାର ଜଣେ ପୋଲିସ ଅଧିକାରୀ କହିଛନ୍ତି। ସୁନୀଲ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ତାଙ୍କ ବାପା ଭିକାମ ସିଂ ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲ୍‌ରେ ଅଛନ୍ତି। ସ୍ବାସ୍ଥ୍ୟ ଖରାପ ପରେ ଭିକାମ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସୁରଜ ତାଙ୍କୁ ଭେଟିବା ପାଇଁ ବାହାରିଥିଲେ। ସୁନୀଲ କିନ୍ତୁ ଏହାର ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ତର୍କ ଆରମ୍ଭ ହୋଇଥିଲା। ଅନ୍ୟପଟେ ପୋଲିସ ଏକ ମାମଲା ରୁଜୁ କରି ସୁରଜଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି।

Share