Categories: ରାଜ୍ୟ

ପଡ଼ିଶା ଘର ଆଗରେ ପରିସ୍ରା କରିବାରୁ ଗଲା ଜୀବନ

ଜଗତ୍‌ସିଂହପୁର,୧୮।୧୨: ଘର ଆଗରେ ପରିସ୍ରା କରିବାରୁ ପଡ଼ୋଶୀଙ୍କୁ ହତ୍ୟା କରିଛନ୍ତି ଜଣେ ୩୫ ବର୍ଷୀୟ ଯୁବକ। ଏଭଳି ଘଟଣା ଘଟିଛି ଜଗତ୍‌ସିଂହପୁରର ନିମାପଡ଼ା ଗାଁରେ। ମୃତକ ହେଲେ ୪୦ ବର୍ଷୀୟ ଅଭୟ କୁମାର ନାୟକ। ପେଶାରେ ସେ ଜଣେ ଅଟୋ ଡ୍ରାଇଭର। ଘଟଣା ଭିୟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

ତେବେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ପ୍ରାୟ ପାଟତୁଣ୍ଡି ହେଉଥିଲା। ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ ଅଭୟ ତାଙ୍କ ଘର ଆଗରେ ପ୍ରାୟତଃ ପରିସ୍ରା କରନ୍ତି। ଘଟଣା ଦିନ ଅଭୟ ସମାନ କାର୍ଯ୍ୟ ଦୋହରାଇଥିଲେ। ଏହାପରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ବଚ୍ଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭୟଙ୍କୁ ବାଡ଼ିରେ ମାଡ଼ ମାରିଥିଲେ ସୁଶ୍ରୀରଞ୍ଜନ। ଗୁରୁତର ଅବସ୍ଥାରେ ଅଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ।