Posted inଅପରାଧ

୪ ବର୍ଷରେ ୫ ପିଲାଙ୍କୁ ହତ୍ୟା କରିଥିଲେ ବାପା

ଜିନ୍ଦ, ୨୪।୭: ହରିୟାଣାର ଜିନ୍ଦ ସହରରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ବିଗତ ୪ ବର୍ଷରେ ନିଜର ୫ ଜଣ ପିଲାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩୮ ବର୍ଷୀୟ ଏହି ବ୍ୟକ୍ତିଜଣଙ୍କ ନାମ ହେଉଛି ଜୁମ୍ମା। ସେ ଜଣେ ଶ୍ରମିକ ହୋଇଥିବାବେଳେ ପୋଲିସ ଆଗରେ ନିଜ ଦୋଷ ସ୍ବୀକାର କରିଛନ୍ତି। ଜୁମ୍ମାଙ୍କ ସ୍ତ୍ରୀ ବର୍ତ୍ତମାନ ଷଷ୍ଠ ଥର ପାଇଁ ଗର୍ଭବତୀ ରହିଥିବା ଜଣାପଡ଼ିଛି।
ଜିନ୍ଦର ସଫିଦୋ ଗ୍ରାମରେ ଘଟିଛି। ଏହି ଗ୍ରାମର ଜୁମ୍ମାଙ୍କର ୨ଟି ଝିଅ ନିକଟରେ ନିଖୋଜ ହୋଇଯାଇଥିଲେ। ଏହାପରେ ଜୁମ୍ମା ଝିଅ ନିଖୋଜ ଖବର ଥାନାରେ ଜଣାଇଥିଲେ। କିନ୍ତୁ ଗତ ୨୦ ତାରିଖରେ ପୋଲିସ ଜୁମ୍ମାଙ୍କ ଘର ପାଖ କେନାଲରୁ ନିଖୋଜ ଦୁଇ ଝିଅ ମୁସ୍କାନ (୧୧) ଓ ନିଶା (୭)ଙ୍କ ଶବ ଉଦ୍ଧାର କରିଥିଲା। ଏହାପରେ ପୋଲିସ ଯାଞ୍ଚ ସମୟରେ ଜୁମ୍ମାଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲା। ଜୁମ୍ମା ବାରମ୍ବାର ନିଜର ବୟାନ ବଦଳାଇଥିଲେ। ତେଣୁ ପୋଲିସ ତାକୁ ଥାନାକୁ ନେଇ ଅଧିକ ପଚରା ଉଚରା କରିବାରୁ ଶେଷରେ ସେ ନିଜ ଦୁଇ ଝିଅଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ଏଥିସହ ପୂର୍ବରୁ ମଧ୍ୟ ସେ ୫ ବର୍ଷ ତଳେ ଶୋଇଥିବା ଅବସ୍ଥାରେ ଗୋଟିଏ ପୁଅକୁ ଏବଂ ୨ ବର୍ଷ ପରେ ଗୋଟିଏ ଝିଅକୁ ଓ ଏହାର କିଛି ମାସ ପରେ ଆଉ ଏକ ପୁଅକୁ ମାରିଥିବା ମଧ୍ୟ ପୋଲିସ ସାମ୍ନାରେ କହିଥିଲା। ଏହି ଘଟଣାକୁ ନେଇ ଆଡିସନାଲ ଏସ୍‌ପି ଅଜିତ୍‌ ସିଂ ଶେଖାଓ୍ବତ୍‌ କହିଛନ୍ତି, କେନାଲରୁ ୨ ଝିଅଙ୍କ ଶବ ଉଦ୍ଧାର ପରେ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଗଲା। ଏବଂ ସେହି ଅନୁଯାୟୀ ତଦନ୍ତ ଆଗେଇଥିଲା। ଏହି ସମୟରେ ଆମର ଜୁମ୍ମା ଉପରେ ସନ୍ଦେହ ହୋଇଥିଲା ଏବଂ ସେ ନିଜ ଦୋଷ ମଧ୍ୟ ସ୍ବୀକାର କରିଥିଲା। ଜୁମ୍ମା ଝିଅ ୨ଜଣଙ୍କୁ କୌଣସି ବିଷାକ୍ତ ପଦାର୍ଥ ଖୁଆଇ କେନାଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ସେହିଭଳି ଏହି ବିଷାକ୍ତ ପଦାର୍ଥରୁ ଅଳ୍ପ କିଛି ଜୁମ୍ମା ତା ସ୍ତ୍ରୀକୁ ଖୁାଆଇ ଦେଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri