Posted inଅପରାଧ

୪ ବର୍ଷରେ ୫ ପିଲାଙ୍କୁ ହତ୍ୟା କରିଥିଲେ ବାପା

ଜିନ୍ଦ, ୨୪।୭: ହରିୟାଣାର ଜିନ୍ଦ ସହରରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ବିଗତ ୪ ବର୍ଷରେ ନିଜର ୫ ଜଣ ପିଲାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩୮ ବର୍ଷୀୟ ଏହି ବ୍ୟକ୍ତିଜଣଙ୍କ ନାମ ହେଉଛି ଜୁମ୍ମା। ସେ ଜଣେ ଶ୍ରମିକ ହୋଇଥିବାବେଳେ ପୋଲିସ ଆଗରେ ନିଜ ଦୋଷ ସ୍ବୀକାର କରିଛନ୍ତି। ଜୁମ୍ମାଙ୍କ ସ୍ତ୍ରୀ ବର୍ତ୍ତମାନ ଷଷ୍ଠ ଥର ପାଇଁ ଗର୍ଭବତୀ ରହିଥିବା ଜଣାପଡ଼ିଛି।
ଜିନ୍ଦର ସଫିଦୋ ଗ୍ରାମରେ ଘଟିଛି। ଏହି ଗ୍ରାମର ଜୁମ୍ମାଙ୍କର ୨ଟି ଝିଅ ନିକଟରେ ନିଖୋଜ ହୋଇଯାଇଥିଲେ। ଏହାପରେ ଜୁମ୍ମା ଝିଅ ନିଖୋଜ ଖବର ଥାନାରେ ଜଣାଇଥିଲେ। କିନ୍ତୁ ଗତ ୨୦ ତାରିଖରେ ପୋଲିସ ଜୁମ୍ମାଙ୍କ ଘର ପାଖ କେନାଲରୁ ନିଖୋଜ ଦୁଇ ଝିଅ ମୁସ୍କାନ (୧୧) ଓ ନିଶା (୭)ଙ୍କ ଶବ ଉଦ୍ଧାର କରିଥିଲା। ଏହାପରେ ପୋଲିସ ଯାଞ୍ଚ ସମୟରେ ଜୁମ୍ମାଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲା। ଜୁମ୍ମା ବାରମ୍ବାର ନିଜର ବୟାନ ବଦଳାଇଥିଲେ। ତେଣୁ ପୋଲିସ ତାକୁ ଥାନାକୁ ନେଇ ଅଧିକ ପଚରା ଉଚରା କରିବାରୁ ଶେଷରେ ସେ ନିଜ ଦୁଇ ଝିଅଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ଏଥିସହ ପୂର୍ବରୁ ମଧ୍ୟ ସେ ୫ ବର୍ଷ ତଳେ ଶୋଇଥିବା ଅବସ୍ଥାରେ ଗୋଟିଏ ପୁଅକୁ ଏବଂ ୨ ବର୍ଷ ପରେ ଗୋଟିଏ ଝିଅକୁ ଓ ଏହାର କିଛି ମାସ ପରେ ଆଉ ଏକ ପୁଅକୁ ମାରିଥିବା ମଧ୍ୟ ପୋଲିସ ସାମ୍ନାରେ କହିଥିଲା। ଏହି ଘଟଣାକୁ ନେଇ ଆଡିସନାଲ ଏସ୍‌ପି ଅଜିତ୍‌ ସିଂ ଶେଖାଓ୍ବତ୍‌ କହିଛନ୍ତି, କେନାଲରୁ ୨ ଝିଅଙ୍କ ଶବ ଉଦ୍ଧାର ପରେ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଗଲା। ଏବଂ ସେହି ଅନୁଯାୟୀ ତଦନ୍ତ ଆଗେଇଥିଲା। ଏହି ସମୟରେ ଆମର ଜୁମ୍ମା ଉପରେ ସନ୍ଦେହ ହୋଇଥିଲା ଏବଂ ସେ ନିଜ ଦୋଷ ମଧ୍ୟ ସ୍ବୀକାର କରିଥିଲା। ଜୁମ୍ମା ଝିଅ ୨ଜଣଙ୍କୁ କୌଣସି ବିଷାକ୍ତ ପଦାର୍ଥ ଖୁଆଇ କେନାଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ସେହିଭଳି ଏହି ବିଷାକ୍ତ ପଦାର୍ଥରୁ ଅଳ୍ପ କିଛି ଜୁମ୍ମା ତା ସ୍ତ୍ରୀକୁ ଖୁାଆଇ ଦେଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri