Categories: ଫୁରସତ

ଖାଇବା ପରିବର୍ତ୍ତେ ଛତୁ ରସର ଇଞ୍ଜେକ୍‌ସନ ନେଲେ ଯୁବକ, ପରେ ଯାହା ଘଟିଲା…

ଜଣେ ୩୦ ବର୍ଷୀୟ ଯୁବକ ଛତୁରୁ ରସ ବାହାର କରି ମଜାରେ ନିଜ ଶରୀରରେ ଇଞ୍ଜେକ୍‌ସନ ଦେଇଦେଲେ। ଏହା କିଛି ସମୟରେ ତାଙ୍କ ଶରୀରରେ ଛତୁଗଛ ଉଠିବାରେ ଲାଗିଲା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଆମେରିକାର ନେବ୍ରାସ୍କୋରେ। ଏହି କାରଣରୁ ଯୁବକଙ୍କ ଶରୀର ଅଚଳ ହୋଇଗଲା। ବହୁତ କଷ୍ଟରେ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିଛନ୍ତି। ମାତ୍ର ଯୁବକ ଜଣଙ୍କୁ କିଛି ବର୍ଷ ପର୍ଯ୍ୟନ୍ତ ଆଣ୍ଟି ଫଙ୍ଗାଲ ଔଷଧ ଖାଇବାକୁ ପଡ଼ିବ। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…


ଏହି ଯୁବକ ଜଣକ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ। ସେ ସବୁବେଳେ ଚାପରେ ରୁହନ୍ତି। ଡାକ୍ତରମାନେ ତାଙ୍କୁ ଏପରି ଛତୁ ଖାଇବାକୁ କହିଥିଲେ। କାରଣ ଏଥିରେ ସାଇଲୋସାଇବିନ୍‌ ନାମକ ତତ୍ତ୍ୱ ରହିଛି। ଯାହା ମଣିଷର ମନକୁ ଶାନ୍ତ ରଖିଥାଏ। କିନ୍ତୁ ଯୁବକ ଜଣକ ଏହାକୁ ନ ଖାଇ ଏହାର ରସ କପଡ଼ାରେ ଛାଣି ଇଞ୍ଜେକ୍‌ସନରେ ପୂରାଇ ଶରୀରରେ ଦେଇଦେଲେ। ଠିକ୍‌ ଏହାର ୨ ଦିନ ପରେ ତାଙ୍କୁ ବହୁତ ଥକ୍କା ଲାଗିଲା। ରକ୍ତ ବାନ୍ତି କଲେ। ଡାଇରିଆ ମଧ୍ୟ ହୋଇଗଲା। ପରେ ଡାକ୍ତରଙ୍କ ନିକଟକୁ ଯିବାରୁ ପ୍ରକୃତ କଥା ଜଣାପଡ଼ିଥିଲା।

ଛତୁ ରସର ଇଞ୍ଜେକ୍‌ସନ ନେଇଥିବାରୁ ତାଙ୍କ ଶରୀରରେ ଗଛ ଉଠିବା ସହ ତାଙ୍କୁ ଖୁବ୍‌ ଯନ୍ତ୍ରଣା ଅନୁଭବ ହେଲା। ଯାଞ୍ଚ କରିବାରୁ ତାଙ୍କ ଲିଭରରେ ଘା’ ହୋଇଯାଇଥିବା ଜଣାପଡ଼ିଥିଲା। ଅଙ୍ଗପ୍ରତ୍ୟେଙ୍ଗ ମଧ୍ୟ ନିଷ୍କ୍ରିୟ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଲା। ତାଙ୍କର ରକ୍ତ ବଦଳାଗଲା। ଡାକ୍ତରଖାନାରେ ୨୨ ଦିନ ରହିବା ପରେ ଏବେ ଡିସ୍‌ଚାର୍ଜ କରାଯାଇଛି। ତେବେ ମଜା କରୁକରୁ ଜୀବନ ପ୍ରତି ଯେ ଏତେ ବଡ଼ ବିପଦ ସୃଷ୍ଟି ହେବ ସେ କେବେ ଭାବି ନ ଥିଲେ ବୋଲି କହିଛନ୍ତି।

Share