ଶାନ୍ତି ସନ୍ଧାନରେ ମଣିଷ

ବହୁଦିନର ବ୍ୟବଧାନରେ ସେଦିନ ଜଣେ ବନ୍ଧୁଙ୍କ ଘରକୁ ଯିବାର ସୁଯୋଗ ମିଳିଥିଲା। ଜଣେ ସରକାରୀ ପଦସ୍ଥ ଅଫିସର ଭାବେ ସେ ଏବେ କାର୍ଯ୍ୟରତ ଥିଲେ ବି ତାଙ୍କ ଅବସର ସମୟ ପ୍ରାୟତଃ ପାଖେଇ ଆସିଲାଣି। ମୋଟା ଅଙ୍କରେ ଦରମା ପାଉଛନ୍ତି। କିଛି ବର୍ଷ ହେବ ଜାଗା କିଣି ସେଥିରେ ଦେଖିଲା ଭଳି ଖୁବ୍‌ ସୁନ୍ଦର କୋଠାଘର ନିର୍ମାଣ କରିଛନ୍ତି। ଘରର ଦୁଆର ମୁହଁରେ ଲେଖା ହୋଇଛି ‘ସୁଖ ନିବାସ’। ତାଙ୍କ ଘରେ କୌଣସି ଜିନିଷର ଅଭାବ ପରିଲକ୍ଷିତ ହେଉ ନ ଥିଲା। ସ୍ତ୍ରୀ, ପୁଅବୋହୂ ଓ ନାତିନାତୁଣୀଙ୍କୁ ନେଇ ବନ୍ଧୁଙ୍କର ପରିପୂର୍ଣ୍ଣ ସୁଖର ସଂସାର ଆଗକୁ ଆଗକୁ ଯେ ମାଡ଼ି ଚାଲିଥିବ ଏକଥା ଯେ କେହି ନିଃସନ୍ଦେହରେ କହିପାରିବ। ମାତ୍ର ଅସଲ କଥାଟା ବନ୍ଧୁପତ୍ନୀଙ୍କଠାରୁ ଜାଣିବା ପରେ ଖଟ୍‌କା ଲାଗିଲା। ପରିବାର ଭିତରେ ବାପ-ପୁଅଙ୍କର ସମ୍ପର୍କ ଭଲ ନାହିଁ। ଦୁଇଟାଯାକ ପୁଅ ଅବାଟରେ ପାଦ ଦେଇଛନ୍ତି। ବାପ ମୁହଁରେ ଜବାବ ଦେଉଛନ୍ତି। ଖାଲି କହୁଛନ୍ତି, ଆମକୁ ଟଙ୍କା ଦିଅ। ସବୁବେଳେ ଘରଟା ଭିତରେ କଥା କଟାକଟି ଓ ପାଟିତୁଣ୍ଡ। ବୋହୂମାନେ ବି ଠିକ୍‌ ସେମିତି। ଘରକୁ ଘର ବୋଲି ଭାବୁନାହାନ୍ତି। ଶାଶୁଶଶୁରଙ୍କ ସେବାଯତ୍ନ କରିବାକୁ ସେମାନଙ୍କର ଆଗ୍ରହ କି ଆନ୍ତରିକତା ନାହିଁ।
ପରିବାର ଭିତରେ ସବୁବେଳେ ବିଶୃଙ୍ଖଳା। ସତ କହିବାକୁ ଗଲେ, କେବଳ ମୋ ବନ୍ଧୁ ନୁହନ୍ତି ଆଜିକାଲି ଅନେକ ଧନଶାଳୀ ଓ ପ୍ରତିପତ୍ତିଶାଳୀ ବ୍ୟକ୍ତି ସୁଦୃଶ୍ୟ ତଥା ଆକର୍ଷଣୀୟ ଅଟ୍ଟାଳିକା ନିର୍ମାଣକରି ଘରର ଦୁଆର ଆଗରେ କିଏ ‘ଶାନ୍ତି କୁଟୀର’ ତ ଆଉ କିଏ ‘ମମତା ନିଳୟ’ ଲେଖିଛନ୍ତି। ପୁଣି ଆଉ କେହି ବି ନିଜ ଘର ଦୁଆର ମୁହଁରେ ‘ଆନନ୍ଦ ଭବନ’ ଲେଖିଛନ୍ତି।
ଏହାକୁ ଦେଖିବା ପରେ ଆପଣଙ୍କ ମନରେ ସେମାନଙ୍କ ପାରିବାରିକ ଜୀବନକୁ ନେଇ ଭଲ ଧାରଣା ସୃଷ୍ଟି ହେବା ସ୍ବାଭାବିକ। କିନ୍ତୁ ଅସଲ କଥା ଜାଣିବା ପରେ ଆପଣଙ୍କର ସେ ଧାରଣା ଦୂରହୋଇଯିବ। ଆଜି ଅନେକ ପରିବାରରେ ଅଶାନ୍ତି ଓ ଅସନ୍ତୋଷର କଳାବାଦଲ ଛାଇଯାଇଛି। ଏସବୁ ପରିବାରର ଦୟନୀୟ ସ୍ଥିତିକୁ ଦେଖିଲେ ଯେକୌଣସି ଲୋକର ମନରେ ଦୁଃଖ ଆସିବା ନିଶ୍ଚୟ। ଭଲ ରୋଜଗାର ଅଛି। ଅଚଳାଅଚଳ ଧନସମ୍ପତ୍ତି, ଚାକଚକ୍ୟପୂର୍ଣ୍ଣ ବଙ୍ଗଳା, ନୂଆ ଗାଡ଼ି ଆଦି ସହ ଘର ଭିତରେ ସୁଖ ପ୍ରଦାୟକ ସବୁ ପ୍ରକାର ସାମଗ୍ରୀ ଉପଲବ୍ଧ ରହିଛି। ହେଲେ କାହାରି ମନ କାହାକୁ ପାଉନାହିଁ। ବାପ-ପୁଅର ପଡୁନାହିଁ। ଭାଇ-ଭାଇ ଭିତରେ ଲଢ଼େଇ। ଶାଶୁକୁ ମୁହଁତୋଡ଼ ଜବାବ ଦେଉଛି ବୋହୂ। ଗୋଟିଏ ଛାତ ତଳେ ରହିଥିବା ମଣିଷଗୁଡ଼ାକ ଯେମିତ ପରସ୍ପରର ଅଚିହ୍ନା ଆଉ ଅଜଣା ଭଳି ମନେହେଉଛନ୍ତି। ସମ୍ପର୍କର ବନ୍ଧନ ଭିତରେ ଆଉ କେହି ଯେମିତି ବାନ୍ଧିହୋଇ ରହିବାର ମାନସିକତାରେ ନାହାନ୍ତି। ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ନାହିଁ। ପରିବାରରେ ସବୁବେଳେ ପାଟିତୁଣ୍ଡ ଆଉ କଳିଝଗଡ଼ା। ପାରସ୍ପରିକ ବାଦବିବାଦ, ଆକ୍ଷେପ ଓ ପ୍ରତିଆକ୍ଷେପ। ସ୍ବାର୍ଥପର ଓ ଅବିବେକୀ ମଣିଷ ଙ୍କର ଏଭଳି ଉପଦ୍ରବ ଦେଖି ଘର ଭିତରୁ ଶାନ୍ତି ଉଭାନ ହୋଇଗଲାଣି। ପାରିବାରିକ ସ୍ଥିତି ଧୀରେ ଧୀରେ ବିଗିଡ଼ିଯିବାକୁ ବସିଲାଣି।
ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ଓ ଉଚ୍ଚଶିକ୍ଷିତ ପରିବାରଗୁଡ଼ିକରେ ଏଭଳି ଅଶାନ୍ତି ଅଧିକ ଅନୁଭୂତ ହେଉଛି। ଯେଉଁମାନେ ସ୍ବଳ୍ପ ଦରମାରେ ଛୋଟିଆ କାମଧନ୍ଦାଟେ କରୁଛନ୍ତି କିମ୍ବା ଦୈନିକ ମୂଲ ମଜୁରି ଲାଗି କିଛି ରୋଜଗାର କରୁଛନ୍ତି ଅଥବା ଛୋଟକାଟର ବେପାରଟେ କରି ଦି’ପଇସା ଉପାର୍ଜନ କରୁଛନ୍ତି ସେମାନେ ଭଲରେ ଅଛନ୍ତି।
ଯେତିକି ଉପାର୍ଜନ ସେତିକି ଭିତରେ ସେମାନେ ସେମାନଙ୍କର ଗୁଜୁରାଣ ମେଣ୍ଟାଉଛନ୍ତି। ତେଣୁ ଅଭାବର ପ୍ରଶ୍ନ ଉଠୁନାହିଁ। ସେମାନଙ୍କ ଜୀବନଶୈଳୀ ବେଶ୍‌ ମାର୍ଜିତ ଓ ଶୃଙ୍ଖଳିତ ମଧ୍ୟ। ବେଶି କିଛି ପାଇବାର ଆଶା ନାହିଁ କି ବଡ଼ଲୋକୀ ପଣ ଦେଖାଇବାକୁ କିମ୍ବା କାହା ସହ ପ୍ରତିଯୋଗିତା କରିବାର ଆକାଂକ୍ଷା ନାହିଁ। ଅଳ୍ପରେ ସନ୍ତୁଷ୍ଟ ସେମାନେ। ତେଣୁ ଅଶାନ୍ତି ଓ ଅସନ୍ତୋଷ କଥା ଆସିବ କାହିଁକି ? ରାସ୍ତାକଡ଼ରେ ଚା’ଜଳଖିଆ, ଚାଟ୍‌, ଗୁପ୍‌ଚୁପ୍‌ କିମ୍ବା ଦହିବରା ଆଳୁଦମ ଅଥବା ଆଇସ୍‌କ୍ରିମ କି ଲସି ବିକୁଥିବା ଲୋକଟା କେତେ ଖୁସିରେ ଆଉ ଶାନ୍ତିରେ ଅଛି ତାହା ଥରଟେ ଆପଣ ନିଜ ଆଖିରେ ଦେଖିନେଲେ ହୁଏତ ଆପଣଙ୍କ ବିଶ୍ୱାସକୁ ପାଇବ। କେବେ ଯଦି ଆପଣ ସେମାନଙ୍କ ଘର ପାଖ ଦେଇ ଯିବାର ସୁଯୋଗ ପାଆନ୍ତି, ତା’ହେଲେ ଆପଣ ସେମାନଙ୍କ ସୁଖଶାନ୍ତିପୂର୍ଣ୍ଣ ପାରିବାରିକ ଜୀବନକୁ ଭଲଭାବେ ଅନୁଭବ କରିପାରିବେ। ସେମାନଙ୍କ ସଂସାରର ହସଖୁସି ଓ ପରସ୍ପର ପ୍ରତି ସ୍ନେହ ସଦିଚ୍ଛାପୂର୍ଣ୍ଣ ସମ୍ବୋଧନ ଆପଣଙ୍କୁ ଖୁବ୍‌ ଆନନ୍ଦ ପ୍ରଦାନ କରିବ ନିଶ୍ଚୟ।
ଜୀବନରେ ସକଳ ସୁଖ ଓ ପ୍ରାଚୁର୍ଯ୍ୟ ଭିତରେ ଯେବେ ଶାନ୍ତି ଟିକକର ଅଭାବ ରହିଛି ତେବେ ସେ କ୍ଷେତ୍ରରେ ଜୀବନ ଏକ ଶୁଷ୍କ ଓ ନିସ୍ତବ୍ଧ ମରୁଭୂମି ସଦୃଶ ପ୍ରତୀୟମାନ ହୋଇଥାଏ।
ଆଜି ବିଭିନ୍ନ ମଠ, ମନ୍ଦିର ଓ ଆଶ୍ରମରେ ଆଶ୍ରିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପରିବାର ଭିତରେ ସଦାସର୍ବଦା ଅଶାନ୍ତି ଓ ଅସନ୍ତୋଷ ଭିତରେ ଦିନ କାଟିବା ଅପେକ୍ଷା କେଉଁ ମଠ, ମନ୍ଦିର କି ଆଶ୍ରମରେ ଶାନ୍ତିରେ ଜୀବନ ବିତାଇବାକୁ ଲୋକେ ଅଧିକ ଶ୍ରେୟସ୍କର ମଣୁଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୁରୁଷ-ମହିଳା ନିର୍ବିଶେଷରେ ବିଭିନ୍ନ ଦେଶରୁ ଅନେକ ହଜାର ସଂଖ୍ୟାର ଲୋକ ଆଜି ଭାରତର ବିଭିନ୍ନ ମଠ, ମନ୍ଦିର ଓ ଆଶ୍ରମରେ ସବୁଦିନ ଲାଗି ନିଜକୁ ସାମିଲ କରିନେଇଛନ୍ତି। ସେମାନେ ପ୍ରାୟ ସମସ୍ତେ ଉଚ୍ଚଶିକ୍ଷିତ ଓ ଆର୍ଥିକ ଦୃଷ୍ଟିରୁ ବି ସ୍ବଚ୍ଛଳ ବର୍ଗର। ଜୀବନକୁ ସୁନ୍ଦର ଓ ସୁଖମୟ କରିବାର ସବୁ କିଛି ସାଧନ ସେମାନଙ୍କ ପାଖରେ ରହିଛି। ଅଥଚ ଟିକେ ମାନସିକ ଶାନ୍ତି ଆଶାରେ ସେମାନେ ଆରାମଦାୟକ ଓ ବିଳାସପୂର୍ଣ୍ଣ ଜୀବନକୁ ପଛରେ ପକାଇ ଆଉ ନିଜ ପରିବାରର ସକଳ ବାଧାବନ୍ଧନକୁ ଛିଡ଼ାଇଦେଇ ଏଠାକୁ ଚାଲି ଆସୁଛନ୍ତି। ସକଳ ଅର୍ଥ ଓ ପ୍ରାଚୁର୍ଯ୍ୟ ଭିତରେ ବୁଡ଼ିରହି ଯେବେ ଶାନ୍ତି ନାହିଁ ତେବେ ଜୀବନଟା ଦୁର୍ବିଷହ ହୋଇପଡ଼େ, ଏକଥା ସେମାନେ ବେଶ୍‌ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି। ଏପରିସ୍ଥିତିରେ ଏବେ ସର୍ବତ୍ର ଶାନ୍ତି ଖୋଜାପଡ଼ିଛି। ଆଜି ବିଭିନ୍ନ କାରଣରୁ ଉଭାନ ହୋଇଯାଇଥିବା ପାରିବାରିକ ଶାନ୍ତିକୁ ଫେରାଇ ଆଣିବାକୁ ହେଲେ ଆଧ୍ୟାତ୍ମିକ ଚେତନାକୁ ଆମ ମନ ଭିତରେ ଜାଗ୍ରତ କରାଇବାକୁ ପଡ଼ିବ। ମନରୁ ତୁଚ୍ଛା ଅହଂକାର ଓ ସ୍ବାର୍ଥପରତାକୁ ଦୂରେଇଦେଇ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ପ୍ରତିଷ୍ଠା କରିବାକୁ ହେବ।
ଶଂଖିଡ଼ା, ତିହିଡ଼ି, ଭଦ୍ରକ
ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri