McDonalds ରେ ଶହ ଶହ ମୂଷା ଛାଡ଼ିଦେଲେ ଜଣେ ଯୁବକ, ଏଣେତେଣେ ଦୌଡ଼ିବାକୁ ଲାଗିଲେ ଗ୍ରାହକ; ଦେଖନ୍ତୁ ଭିଡିଓ…

ଲଣ୍ଡନ,୩୧।୧୦: ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ବିନାଶକାରୀ ଯୁଦ୍ଧ ମଧ୍ୟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଚକିତ ହୋଇଛନ୍ତି। ଜଣେ ପାଲେଷ୍ଟାଇନ ସମର୍ଥକ ଇସ୍ରାଏଲକୁ ବିରୋଧ କରିବାକୁ ଯାଇ ମ୍ୟାକ୍‌ଡୋନାଲ୍ଡର ଏକ ରେଷ୍ଟୁରାଣ୍ଟରେ ଶହ ଶହ ମୂଷା ଛାଡ଼ି ଦେଇଥିଲେ। ଏହାଦେଖି ସେଠାରେ ଥିବା ଅନ୍ୟ ଗ୍ରାହକମାନେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଲୋକେ ବିରୋଧ କରିବାର ଏଭଳି ଢ଼ଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇଥିବା ପ୍ରତିକ୍ରିୟା ରଖୁଛନ୍ତି।

ଭିଡିଓଟି ବର୍ମଂହାମର ଏକ ମ୍ୟାକ୍‌ଡୋନାଲ୍ଡ ଆଉଟଲେଟ୍‌ର। ଭିଡିଓରେ ଯୁବକଜଣଙ୍କ ପାଲେଷ୍ଟାଇନ୍‌ ପତାକା ଲଗାଇଥିବା ଦେଖାଯାଇଛି। ଏହାପରେ ସେ କାରର ଡିକିରୁ ବିଭିନ୍ନ ପ୍ଲାଷ୍ଟିକ୍‌ ବାକ୍ସରେ ରଖାଯାଇଥିବା ବିଭିନ୍ନ ରଙ୍ଗର ଶହ ଶହ ମୂଷାଙ୍କୁ ବାହାର କରି ଷ୍ଟୋରରେ ଛାଡ଼ି ଦିଅନ୍ତି। ଯୁବକଙ୍କ ଏଭଳି କାର୍ଯ୍ୟ ଯୋଗୁ ସେଠାରେ ଉପସ୍ଥିତ ଗ୍ରାହକମାନେ ଭୟଭୀତ ହୋଇଯାଆନ୍ତି। ଏହାପରେ ସେମାନେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଦିଅନ୍ତି। ଶେଷରେ ଯୁବକଜଣଙ୍କ ‘ଇସ୍ରାଏଲକୁ ବହିଷ୍କାର କହି’ ଗାଡ଼ିରେ ବସି ଚାଲିଯାଉଥିବା ଦେଖାଯାଉଛି।

ଆପଣ ଭାବୁଥିବେ ବିରୋଧ କରିବା ଲାଗି ଯୁବକଜଣଙ୍କ କ’ଣ ପାଇଁ ମ୍ୟାକ୍‌ଡୋନାଲ୍ଡକୁ ବାଛିଥିଲେ? ଏହାପଛର କାରଣଟି ହେଉଛି ମ୍ୟାକ୍‌ଡୋନାଲ୍ଡର ବୟାନ। ବିଗତ ଦିନରେ କମ୍ପାନୀ ଇସ୍ରାଲଲ ଯବାନମାନଙ୍କୁ ଯୁଦ୍ଧମଧ୍ୟରେ ମାଗଣା ଖାଦ୍ୟ ଦେବାକୁ ଘୋଷଣା କରିଥିଲା। ଏହାକୁ ଏବେ ଯୁବକଜଣଙ୍କ ବିରୋଧ ଶୈଳୀ ସହ ଯୋଡ଼ାଯାଇ ଦେଖାଯାଉଛି।

ଘଟଣା ନେଇ ମ୍ୟାକ୍‌ଡୋନାଲ୍ଡ କହିଛି, ବର୍ମିଂହାମର ଷ୍ଟାର ସିଟି ରେଷ୍ଟୁରାଣ୍ଟ ମଧ୍ୟରେ ମୂଷାକୁ ଛଡ଼ାଯାଇଥିଲା। ଏବେ ଏହାକୁ ସମ୍ପୂର୍ଣ୍ଣ ସଫା କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri