ସ୍ବାମୀ ଭାଗବଣ୍ଟା: ଜଣେ ସ୍ତ୍ରୀଙ୍କ ପାଖରେ ୩ ଦିନ ରହିବାକୁ ଚୁକ୍ତି

ଲକ୍ଷ୍ନୌ,୯ା୩: ଉତ୍ତରପ୍ରଦେଶର ରାମପୁର ଜିଲାରେ ସ୍ବାମୀ ଭାଗବଣ୍ଟାକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁରୁଷଙ୍କୁ ଦୁଇଜଣ ମହିଳା ବିବାହ କରିବାକୁ ଚାହୁଁଥିଲେ। ତାଙ୍କର ଦ୍ୱିତୀୟ ବିବାହ ପ୍ରଥମ ସ୍ତ୍ରୀଙ୍କ ସହମତିରେ ହୋଇଥିଲା। ଆଶ୍ଚର୍ଯ୍ୟକର ବିଷୟ ହେଉଛି ଉଭୟ ସଉତୁଣୀଙ୍କ ସହମତିରେ ସ୍ବାମୀ ବି ଭାଗବଣ୍ଟା ହୋଇଛନ୍ତି। ୨ ସ୍ତ୍ରୀଙ୍କ ପାଖରେ ସ୍ବାମୀ ୩ ଦିନ ଲେଖା ରହିବାକୁ ଚୁକ୍ତି ହୋଇଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଘଟଣାଟି ଉତ୍ତରପ୍ରଦେଶର ରାମପୁର ଜିଲା ଧୋକପୁରୀଟଣ୍ଡା ଅଞ୍ଚଳରେ ଘଟିଛି। ଜଣେ ବିବାହିତ ବ୍ୟକ୍ତି ସୋସିଆଲ ମିଡିଆରେ ଆସାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମର ଭୂତ ଏପରି ହୋଇଗଲା ଯେ, ଦୁହେଁ ଚଣ୍ଡିଗଡ଼ରେ ଲିଭ୍‌-ଇନ୍‌ରେ ରହିଲେ। କିଛି ଦିନପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ଏଥିରେ ବ୍ୟକ୍ତିଜଣଙ୍କ ଭୟଭୀତ ହୋଇ ଚଣ୍ଡିଗଡ଼ରୁ ନିଜ ଗାଁକୁ ପଳାଇଲେ। ତାଙ୍କ ପ୍ରେମିକା ତାଙ୍କୁ ଖୋଜି ଖୋଜି ଆସି ଗାଁରେ ପହଞ୍ଚିଥିଲେ। ଏହି ସମୟରେ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା। ବ୍ୟକ୍ତିଜଣଙ୍କ ପ୍ରଥମ ସ୍ତ୍ରୀଙ୍କ ସହମତି ଦ୍ୱିତୀୟ ବିବାହ କଲେ। ପରେ ଉଭୟ ସ୍ତ୍ରୀ ବିଚାର କଲେ ତାଙ୍କ ସ୍ବାମୀ ସୋମବାର, ମଙ୍ଗଳବାର ଏବଂ ବୁଧବାର ପ୍ରଥମ ସ୍ତ୍ରୀଙ୍କ ସହ ରହିବେ। ସେହିପରି ଗୁରୁବାର, ଶୁକ୍ରବାର ଏବଂ ଶନିବାର ଦ୍ୱିତୀୟ ସ୍ତ୍ରୀଙ୍କ ସହ ରହିବେ। ରବିବାର ସେ ତାଙ୍କ ବୃଦ୍ଧ ମାତାପିତାଙ୍କ ସହ ରହିବେ। ଏଥିରେ ସମସ୍ତେ ରାଜି ହୋଇଥିଲେ। ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri