Posted inଫୁରସତ

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଖବର ଆସିଲା ଏହି ବ୍ୟକ୍ତିଙ୍କୁ କରୋନା, ଆଉ ତା’ ପରେ…

କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଭାରତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ, ଲୋକମାନେ ଏହି ରୋଗକୁ ନେଇ ଏତେ ଭୟଭୀତ ହୋଇପଡ଼ିଛନ୍ତି ଯେ, ଯେତେବେଳେ ବି କରୋନା ସଂକ୍ରମିତ ଖବର ଆସେ ଲୋକମାନେ ଭୟଭୀତ ହୋଇପଡ଼ନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଟ୍ରେନ୍‌ରେ। ଏଥିରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ହଠାତ୍‌ ଜାଣିବାକୁ ପାଇଲେ ସେ କରୋନା ପଜିଟିଭ୍‌। ଆଉ ତା’ ପରେ ଯାହା ଘଟିଲା ଜାଣନ୍ତୁ…


ବ୍ୟକ୍ତି ଜଣକ କୋଝିକୋଡ୍‌-ଥିରୁଭନନ୍ତପୁରମ ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିଲେ। ଜଣେ ଅଧିକାରୀ କହିଛନ୍ତି, କୋଝିକୋଡ୍‌ ଜିଲା କୁନ୍ନାମଙ୍ଗଲାମର ଜଣେ ଶ୍ରମିକ ୩ ଦିନ ପୂର୍ବରୁ କୋଝିକୋଡ୍‌ରେ କରୋନା ପରୀକ୍ଷା ପାଇଁ ନମୁନା ଦେଇଥିଲେ। ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ ସେ ନିଜ ସହରକୁ ଯାଇ ଗର୍ଭବତୀ ସ୍ତ୍ରୀଙ୍କୁ ଡାକ୍ତରଖାନା ନେଇ ଯାଉଥିଲେ। ତେବେ ବ୍ୟକ୍ତି ଜଣଙ୍କ ତାମିଲନାଡୁରୁ ନିଜ ସହରକୁ ଯିବା ପାଇଁ ଟ୍ରେନରେ ଚଢ଼ିଥିଲେ। ଏହି ସମୟରେ ସେ ସ୍ବାସ୍ଥ୍ୟ ଅଧିକାରୀଙ୍କଠାରୁ ଏକ କଲ୍‌ ପାଇଥିଲେ ଏବଂ ତାଙ୍କୁ ଏର୍ନାକୁଲମ ଟାଉନ ଷ୍ଟେଶନରେ ଓହ୍ଲାଇବାକୁ କୁହାଯାଇଥିଲା।


ଖବର ଅନୁଯାୟୀ, କୋଝିକୋଡ୍‌ରେ ଥିବା ସ୍ବାସ୍ଥ୍ୟ ଅଧିକାରୀମାନେ କରୋନା ପଜିଟିଭ୍‌ ଆସିବା ପରେ ତାଙ୍କ ସହ ଯୋଗାଯୋଗ କରିଥିଲେ, କିନ୍ତୁ ସେତେବେଳକୁ ଟ୍ରେନ୍‌ ଷ୍ଟେଶନ ଛାଡ଼ି ସାରିଥିଲା।
ଏହା ପରେ ପୁଣି ଥରେ ତ୍ରିଶୂର ଜିଲାର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଏହି ଷ୍ଟେଶନରେ ପହଞ୍ଚିବା ବେଳକୁ ସେଠାରୁ ମଧ୍ୟ ଟ୍ରେନ୍‌ ଚାଲିଯାଇଥିଲା। ଏର୍ନାକୁଲମରେ ସ୍ବାସ୍ଥ୍ୟ ଅଧିକାରୀ ଉକ୍ତ ବ୍ୟକ୍ତିଙ୍କୁ ଟ୍ରେନରୁ ଓହ୍ଲାଇ ଡାକ୍ତରଖାନାକୁ ଆଣିଥିଲେ।


ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି, ସଂକ୍ରମିତ ବ୍ୟକ୍ତିଙ୍କୁ ଓହ୍ଲାଇବା ପରେ ସେ ଯେଉଁ ବଗିରେ ଯାଉଥିଲେ ତାହାକୁ ସିଲ୍‌ କରାଯାଇଥିଲା। ଯାହାଦ୍ୱାରା ଅନ୍ୟମାନେ ପ୍ରବେଶ କରିପାରିବେ ନାହିଁ। ଯେଉଁମାନେ ପୀଡ଼ିତଙ୍କ ସହ ସେହି ବଗିରେ ଥିଲେ ସେମାନଙ୍କୁ ମଧ୍ୟ ଟ୍ରେନର ଦ୍ୱିତୀୟ ବଗିକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri