Categories: ଫୁରସତ

କରୋନାରେ ଚାକିରି ଚାଲିଯିବାରୁ ଶ୍ମଶାନକୁ କଲେ ବାସସ୍ଥାନ; ଏହି ବ୍ୟକ୍ତି କରୁଛନ୍ତି ଶହଶହ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର

କରୋନା ମହାମାରୀ ସମୟରେ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ୍‌ ଲାଗୁଛି। ଯେଉଁ ଦୃଶ୍ୟ ବହୁତ ଭୟାନକ। ବନ୍ଧୁ ପରିଜନ କିଛି ସମୟ ପାଇଁ ଶ୍ମଶାନକୁ ଆସନ୍ତି, ପରେ ଚାଲିଯାନ୍ତି। ମାତ୍ର ଜଣେ ବ୍ୟକ୍ତି ପରିବାର ସହ ଶ୍ମଶାନରେ ସବୁବେଳେ ରହୁଛନ୍ତି। କାରଣ କରୋନା ଯୋଗୁ ତାଙ୍କର ଚାକିରି ଚାଲିଯାଇଥିଲା। ଘର ଛାଡ଼ି ସେ ଶ୍ମଶାନରେ ରହିବାକୁ ଲାଗିଲେ। ଏବେ ଏଠାରେ ରହି କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କରୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ସ୍ତ୍ରୀ ତାଙ୍କୁ ସାହାଯ୍ୟ କରୁଛନ୍ତି।

ଗୁଜରାଟର ବଡୋଦରାସ୍ଥିତ ଶ୍ମଶାନରେ ଏହି ବ୍ୟକ୍ତିଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ମହାରାଷ୍ଟ୍ରରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ କହ୍ନେୟାଲାଲ ଶିର୍କେ। କହ୍ନେୟାଲାଲ ଶ୍ମଶାନକୁ ମୃତଦେହ ନେଇ ଆସୁଥିବା ଲୋକଙ୍କୁ ଅନ୍ତିମ ସଂସ୍କାରରେ ସାହାଯ୍ୟ କରୁଛନ୍ତି। ବର୍ଷେ ହେବ ସେ ଏହି ଶ୍ମଶାନରେ ରହିଆସୁଛନ୍ତି। ବର୍ତ୍ତମାନ କରୋନା ରୋଗୀଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ଶ୍ମଶାନରେ ଶହଶହ ମୃତଦେହ ଦାହ କରାଯାଉଛି। ଏହି କାମରେ ସାହାଯ୍ୟ କରୁଛନ୍ତି କହ୍ନେୟାଲାଲ୍‌। ତାଙ୍କ ସ୍ତ୍ରୀ ମୁମ୍ବାଇରେ କିଛି ଛୋଟମୋଟ କାମ କରୁଛନ୍ତି। କାମ ସରିବା ପରେ ଶ୍ମଶାନକୁ ଆସି ସ୍ବାମୀଙ୍କୁ ସାହାଯ୍ୟ କରୁଛନ୍ତି।

କହ୍ନେୟାଲାଲ୍‌ କୁହନ୍ତି, ଆରମ୍ଭରେ ଟିକେ ଅସୁବିଧା ହେଉଥିଲା। ବର୍ତ୍ତମାନ କିଛି ଲାଗୁନାହିଁ। ଅଭ୍ୟାସରେ ପଡ଼ିଗଲେଣି। ଏହି ମୃତଦେହ ସଂସ୍କାର କରି ସେ ନିଜକୁ ଧନ୍ୟ ମନେ କରୁଛନ୍ତି।

Share