Posted inଫୁରସତ

ଖାଦ୍ୟ ଖାଇବା ପରେ ହୋଇଯାଉଥିଲେ ଅସୁସ୍ଥ, ଥରେ କି ଦ ଥର ନୁହେଁ ୧୨୭ଥର ରେଷ୍ଟୁରାଣ୍ଟକୁ ମାରିଛନ୍ତି ଚୁନା

କୌଣସି ଦିନ ବାହାରେ ଖାଇବାକୁ ଇଛା ହେଲେ ଆମେ ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ପ୍ରିଫର କରିଥାଉ। ନିଜ ମନପସନ୍ଦର ଅର୍ଡର କରି ଖାବା ପରେ ବିଲ୍‌ ପେମେଣ୍ଟ କରି ଆସିଥାଉ। କିନ୍ତୁ ନିକଟରେ ଏମିତି ଜଣେ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି ଯିଏକି ରେଷ୍ଟୁରାଣ୍ଟରେ ୫-୧୦ନୁହେଁ ଶହଶହ ଥର ବିନା ପେମେଣ୍ଟରେ ଖାଦ୍ୟ ଖାଇ ଆସିଛନ୍ତି। ବ୍ୟକ୍ତିଙ୍କର ଏପରି କାରନାମା ଜାଣିବା ପରେ ଖୋଦ୍‌ ରେଷ୍ଟୁରାଣ୍ଟ ମାଲିକ ନୁହେଁ ପୋଲିସ ବି ଆଶ୍ଚର୍ଯ୍ୟରେ ପଡିଯାଇଛି।

୫୮ବୟସ୍କ ବ୍ୟକ୍ତିଜଣକ ଗତ କିଛି ବର୍ଷ ମଧ୍ୟରେ ୧୨୭ ଥର ଟଙ୍କା ନ ଦେଇ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଛନ୍ତି। କିନ୍ତୁ ତାଙ୍କର ଏହିପରି ବେଶୀଦିନ ଚାଲି ନ ଥିଲା। ଚଳିତ ମାସ ରେଷ୍ଟୁରାଣ୍ଟ ମାଲିକ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ଦେଇଥିଲେ।

ରେଷ୍ଟୁରାଣ୍ଟର ବାର୍ଟମେନ ମାଇକ ହୋଗେଭେନଙ୍କ ଅନୁଯାୟୀ, ତାଙ୍କର ଧ୍ୟାନ ଏହି ବ୍ୟକ୍ତିଙ୍କ ଉପରେ ସେତେବେଳେ କେନ୍ଦ୍ରିତ ହେଲା ଯେତେବେଳେ ସେ ରେଷ୍ଟୁରାଣ୍ଟରେ ବସିଥିବା ଅନ୍ୟ ଲୋକଙ୍କ ପାଇଁ ଜିନିଷ କିଣିବା ଆରମ୍ଭ କରି ଅନ୍ୟମାନଙ୍କ ସହ ନିଜ ଖାଦ୍ୟ ବାଣ୍ଟିଥିଲେ। କିନ୍ତୁ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ ଳାଗିଲା ଯେତେବେଳେ ସେ ନିଜ ବାମ ହାତ ହଠାତ୍‌ ଥରିବାକୁ ଲାଗିଲା। । ଏହାପରେ ସେ ଅଜବ ଢଙ୍ଗରେ ହାତ ବୁଲାଇଥିଲେ ଯେପରି ଷ୍ଟ୍ରୋକ୍‌ ହୋଇଛି। ପରେ ସବୁ ଷ୍ଟାପ୍‌ ଘେରିଯାଇ ତାଙ୍କୁ ହୋସ୍‌କୁ ଆଣିବାକୁ ଚେଷ୍ଟା କରିବା ସହ ପାରାମେଡିକ୍ସକୁ ଘଟଣାସ୍ଥଳକୁ ଡାକିଥିଲେ। ମେଡିକାଲ ଟିମ୍‌ ପହଞ୍ଚିବା ପରେ ସେ ମିଛ କହୁଥିବା ଜଣାପଡିଥିଲା।

ସେଥିରେ ବି ରେଷ୍ଟୁରାଣ୍ଟ ମାଲିକ ତାଙ୍କ ଉପରେ ଦୟା କରି ବିଲ୍‌ ପେମେଣ୍ଟ କରିବାକୁ ମନା କରିଥିଲେ। ତାଙ୍କ ଘରଲୋକ ଶୀଘ୍ର ଆସି ପହଞ୍ଚିବା ପାଇଁ ତାଙ୍କ ଘର ଠିକଣା ପଚାରି ବୁଝିଥିଲେ। ଯେତେବେଳେ ବ୍ୟକ୍ତି ଜଣକ ତାଙ୍କ ନାମ ଓ ଠିକଣା କହିବା ଆରମ୍ଭ କରିଥିଲେ, ପାରାମେଡିକ୍ସ ଦଳର ଜଣେ ସଦସ୍ୟ ଏଥିରେ ବାଧା ଦେଇ ସେ ଭୂଲ ତଥ୍ୟ ଦେଉଛନ୍ତି ବୋଲି କହିଥିଲେ। ଏଭଳି ପରିସ୍ଥିତିରେ ରେଷ୍ଟୁରାଣ୍ଟ ମାଲିକ ତୁରନ୍ତ ପୋଲିସକୁ ଡାକିଥିଲେ।

ଖବର ଅନୁଯାୟୀ, ପୋଲିସ ତଦନ୍ତରୁ ଜଣାପଡିଥିଲା କି, ବ୍ୟକ୍ତି ଥରେ କି ଦି ଥର ନୁହେଁ ୧୨୭ଥର ଖାଇବା ପରେ ଅସୁସ୍ଥ ଥିବା ଦର୍ଶାଇ ରେଷ୍ଟୁରାଣ୍ଟକୁ ଠକୁଥିଲେ। ଏପରି ବିଲ୍‌ ନ ଦେଇ ସେ ଲକ୍ଷଲକ୍ଷ ଟଙ୍କା ରେଷ୍ଟୁରାଣ୍ଟକୁ ଚୁନା ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri