୧୨ ବର୍ଷ ହେଲା ଛୁଇଁନାହାନ୍ତି ଖାଦ୍ୟ: ଗୋଡ଼ି, ପଥର ଖାଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

ଛତିଶଗଡ଼ର ଯଶପୁର ଜିଲାର ଉଦ୍ୟାନ ବିକାଶ ବ୍ଲକ ଛିପତାଲା ବାସିନ୍ଦା ସନ୍ତୋଷ ଲାକ୍ରାଙ୍କ ନାମ ଏବେ ବେଶ୍‌ ଚର୍ଚ୍ଚାରେ। କାରଣ ସନ୍ତୋଷ ଦୀର୍ଘ ୧୨ ବର୍ଷ ହେଲା ଅନ୍ନ ସ୍ପର୍ଶ ନ କରି କେବଳ ଗୋଡ଼ି, ପଥର ଖାଇ ଜୀବନ ବଞ୍ଚାଇଛନ୍ତି। ଈଶ୍ୱରଙ୍କ ନାମ ପ୍ରାର୍ଥନା କରି ସେ ଏପରି ଖାଉଛନ୍ତି ବୋଲି କହିଛନ୍ତି। ତାଙ୍କର ବିଶ୍ୱାସ ଗୋଡ଼ି ପଥର ଖାଇଲେ କୌଣସି ରୋଗ ବ୍ୟାଧି ହେବ ନାହିଁ। ଖାଲି ସେତିକି ନୁହେଁ, ସେ ଅନେକ ରୋଗରେ ପୀଡ଼ିତ ଲୋକଙ୍କୁ ଏପରି ଗୋଡ଼ି ପଥର ଖାଇବାକୁ ପରାମର୍ଶ ଦେଇ ଭଲ କରିଥିବା ବି ଦାବି କରନ୍ତି।

ସେ କହିଛନ୍ତି, ତାଙ୍କର ଏପରି କଳା ପଛରେ ଏକ ଐଶ୍ୱରୀୟ ଶକ୍ତି ଅଛି। ଫଳରେ ଏହାକୁ ଖାଇବା ଦ୍ୱାରା କୌଣସି ଅସୁବିଧା ହୁଏ ନାହିଁ। ପଥର ଖାଇବା ଦ୍ୱାରା ତାଙ୍କୁ ଅନ୍ୟ ଖାଦ୍ୟ ଦରକାର ପଡ଼େ ନାହିଁ। ତାଙ୍କ ପେଟ ପଥରରେ ପୂରିଯାଏ ଆଉ ପଥରଗୁଡିକ ସହଜରେ ହଜମ ମଧ୍ୟ ହୋଇଯାଏ ବୋଲି ସନ୍ତୋଷ କୁହନ୍ତି।

ସେ ଦୀର୍ଘ ୧୨ ବର୍ଷ ଧରି କ୍ରମାଗତ ଭାବରେ ଏହି ପଥର ଖାଇ ଆସୁଛନ୍ତି। ତାଙ୍କର ପଥର ଖାଇବା କଳା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନେ କୁହନ୍ତି, ଜୀବନରେ ଆଜି ପର୍ଯ୍ୟନ୍ତ ଏମିତି ପଥର ଖାଉଥିବା କେବେ କାହାକୁ ଦେଖିନାହାନ୍ତି।

ପ୍ରଥମେ ପରିବାର ଲୋକେ ଭୟ କରୁଥିଲେ। କାରଣ ପଥର ଖାଇବା କାଳେ କ’ଣ ଅଘଟଣ ଘଟିବ। କିନ୍ତୁ ବର୍ତ୍ତମାନ ସେ ଏହାକୁ ଅଭ୍ୟାସରେ ପରିଣତ କରିଛନ୍ତି। ସନ୍ତୋଷଙ୍କ ସ୍ତ୍ରୀ ଆଲିଶା କୁହନ୍ତି, ଥରକରେ ସେ ୧ ହଜାରରୁ ଅଧିକ ପଥର ଖାଇପାରନ୍ତି। ତଥାପି ତାଙ୍କର କିଛି ଅସୁବିଧା ହୋଇନାହିଁ କିମ୍ବା ଆଜି ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରଙ୍କ ନିକଟକୁ ନିଆଯାଇନାହିଁ।

ଅବସରପ୍ରାପ୍ତ ସିଏମ୍‌ଏଚ୍‌ଓ ଡାକ୍ତର ସିଡି ବାଖ୍‌ଲା ପଥର ଖାଉଥିବା ସନ୍ତୋଷଙ୍କୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହା ସାଂଘାତିକ ହୋଇପାରେ ବୋଲି ସେ କହିଛନ୍ତି। ଏହି ଘଟଣାର ଅନୁସନ୍ଧାନ କରାଯିବା ଉଚିତ୍‌। କିଛି ଲୋକ କହିଛନ୍ତି, ପ୍ରଶାସନ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଉଚିତ ଏବଂ ଏହାକୁ ବନ୍ଦ କରିବା ଉଚିତ୍‌। କାରଣ ଏହାକୁ ଅନ୍ୟ ଲୋକମାନେ ଅନୁସରଣ କରିବେ ଏବଂ ଏହା ସେମାନଙ୍କ ଜୀବନକୁ ବିପଦରେ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri