ଜୋକର ଡ୍ରେସ ପିନ୍ଧି ଟୋକିଓ ଟ୍ରେନରେ ଖେଳାଇଲେ ଆତଙ୍କ

ଟୋକିଓ,୩୧।୧୦: ବ୍ୟାଟ୍‌ମ୍ୟାନ ଫିଲ୍ମର ଜୋକର ଡ୍ରେସ ପିନ୍ଧି ଜଣେ ବ୍ୟକ୍ତି ଜାପାନର ରାଜଧାନୀ ଟୋକିଓର ଟ୍ରେନରେ ଯାତ୍ରୀଙ୍କୁ ଛରାମାଡ଼ କରିଛନ୍ତି। ରବିବାର ସନ୍ଧ୍ୟାରେ ଘଟିଥିବା ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ହିଁ ୨୪ ବର୍ଷୀୟ ସଂଦିଗ୍ଧଙ୍କୁ ପୋଲିସ ଗିରଫ କରିଥିବା ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି।

ପୀଡ଼ିତଙ୍କ ମଧ୍ୟରେ ଜଣେ ବୃଦ୍ଧ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେଖଣାହାରୀଙ୍କ କହିବା ଅନୁଯାୟୀ, ଆକ୍ରମଣକାରୀ ଟ୍ରେନ ଚାରି ଆଡ଼େ ତରଳ ପଦାର୍ଥ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଥିବା କିଛି ଭିଡିଓରେ, ଟ୍ରେନରେ ନିଆଁ ଲାଗିଥିବା ବେଳେ ଯାତ୍ରୀମାନେ ଏଣେତେଣେ ଦୌଡ଼ୁଛନ୍ତି।

Share