Posted inଫୁରସତ

ଖପୁରୀ ଭଳି ଦେଖାଯିବାର ନିଶାରେ କାନ କାଟିବାକୁ ପଛାଇଲେନି ଏହି ଯୁବକ, ଏବେ ଚାକିରିରେ ରଖୁନାହାନ୍ତି କେହି

ଜର୍ମାନୀ ଫିନ୍‌ଷ୍ଟରବୋଲ୍ଡେରେ ରହୁଥିବା ସେଣ୍ଡ୍ରୋ ନିଜର ବିଚିତ୍ର ଶରୀରକୁ ନେଇ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ସେଣ୍ଡ୍ରୋ ଗତ ୧୩ ବର୍ଷ ମଧ୍ୟରେ ୧୭ ଥର ନିଜର ଶରୀରର ମୋଡିଫିକେଶନ୍‌ କରିଛନ୍ତି। ବିଭିନ୍ନ ପ୍ରକାର ଟାଟୁ ଏବଂ ପିୟର୍ସିଙ୍ଗ କରାଇଛନ୍ତି। ଏପରିକି ସେ ନିଜର କାନ ମଧ୍ୟ କାଟିଦେଇଛନ୍ତି। ତେବେ ମୁଣ୍ଡକୁ ଖପୁରୀ ଭଳି ଦେଖାଯିବା ଲାଗି ସେ ଏପରି କରିଥିବା କୁହନ୍ତି। ଆଜି ବି ନିଜର ରୋଷେଇଘରେ ଏକ ଡବାରେ ସେ ନିଜର କାନକୁ ରଖିଛନ୍ତି। ଘରକୁ କେହି ଅତିଥି ଆସିଲେ ସେ ତାକୁ ଦେଖାନ୍ତି। ଏବେ ସେଣ୍ଡ୍ରୋଙ୍କ କିଛି ଫଟୋ ଭାଇରାଲ ହେଉଛି।

ସେଣ୍ଡ୍ରୋ ଏବେ ବେରୋଜଗାର ଅଛନ୍ତି। ହେଲେ ଶରୀରକୁ ନିଜ ମନଲାଖି ରୂପ ଦେବାକୁ ୫.୮୪ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ମୁଣ୍ଡକୁ ଖପୁରୀ ଭଳି କରିବାକୁ ତାଙ୍କର ସଉକ ରହିଥିଲା। ଏଥିପାଇଁ ସେ ତାଙ୍କର କାନ ମଧ୍ୟ କାଟି ଦେଇଥିଲେ। ତାଙ୍କୁ ଲୋକେ ମିଷ୍ଟର ସ୍କଲ ଫେସ୍‌ ଭାବେ ଜାଣନ୍ତି। ଏପରି କରି ତାଙ୍କର ଆତ୍ମବିଶ୍ୱାସ ବଢ଼ିଥିବା ସେଣ୍ଡ୍ରୋ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ କୁହନ୍ତି।

୨୦୦୭ରେ ପ୍ରଥମ ଥର ପାଇଁ ସେ ନିଜ ଶରୀରର ମୋଡିଫିକେଶନ୍‌ କରିବା ଆରମ୍ଭ କରିଥିଲେ। ଟେଲିଭିଜନରେ ଜଣେ ବ୍ୟକ୍ତିଙ୍କ ସିଙ୍ଗ ଥିବା ଦେଖିବା ପରେ ସେ ମଧ୍ୟ ସେପରି କରିବାକୁ ମନ ବଳାଇଥିଲେ। ଏବେ ସେ ନିଜ ମୁଣ୍ଡ, ହାତ, କହୁଣୀରେ ଚିପ୍ସ ଲଗାଇବା ସହ ଜିଭକୁ ମଝିରୁ କାଟି ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ବହୁତ ପ୍ରଶଂସକ ରହିଛନ୍ତି। ଫଳରେ ସେଠାରୁ ତାଙ୍କର ଆୟ ହେଉଛି। ହେଲେ ଅନ୍ୟ କୌଣସି ସ୍ଥାନରେ ତାଙ୍କୁ କେହି ଚାକିରିରେ ରଖୁ ନାହାନ୍ତି। ଏହା ତାଙ୍କୁ ଦୁଃଖି ମଧ୍ୟ କରୁନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri