Posted inଜାତୀୟ

୩୨ ବର୍ଷ ପୂର୍ବେ କରିଥିଲେ ଚୋରିି, ଏବେ ମିଳିଲା ଏମିତି ଦଣ୍ଡ

ନୂଆଦିଲ୍ଲୀ, ୨।୯: ନୂଆଦିଲ୍ଲୀ ଜିଲାର ମନ୍ଦିର ମାର୍ଗ ଥାନା ପୋଲିସ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି। ୩୨ ବର୍ଷ ପୂର୍ବେ ଦିଲ୍ଲୀରେ ସେ ଏକ ଅପରାଧରେ ଜଡିତ ଥିଲେ। ଅଭିଯୁକ୍ତ ବୃଦ୍ଧ ଫଜରୁଙ୍କୁ ୨୨ ବର୍ଷ ପୂର୍ବେ ପଳାତକ ଘୋଷିତ କରାଯାଇଥିଲା। ଗତ ଅଗଷ୍ଟ ୨୯ରେ ଫଜୁର ଏବଂ ତାଙ୍କ ସାଥୀ ଦୀନୁ (୬୦)ଙ୍କୁ ମନ୍ଦିର ମାର୍ଗ ପୋଲିସ ଗିରଫ କରିଥିଲା। ନୂଆଦିଲ୍ଲୀ ଜିଲା ଡିସିପି ଡକ୍ଟର ଇଶ ସିଂଘଲଙ୍କ ଅନୁଯାୟୀ, ଥାନା ଅଧ୍ୟକ୍ଷ ବିକ୍ରମଜିତ ସିଂଙ୍କ ତତ୍ତ୍ୱାବଧାନରେ ଏସଆଇ ଜୟ ସିଂ ଏବଂ ଏଏସଆଇ ଇନ୍ଦ୍ରପାଲ ସିଂଙ୍କ ଏକ ଟିମ ଅଭିଯୁକ୍ତ ଫଜରୁଙ୍କୁ ରାଜସ୍ଥାନର ଅଲଓ୍ବାର ଜିଲାରେ ଥିବା ତାଙ୍କ ଗ୍ରାମ ବହାଦୂରୀ ଗିରଫ କରିଛି।
୧୯୮୯ ମସିହାରେ ଦିଲ୍ଲୀର ଆମ୍ବେଦକର ନାଗରରେ ଦୀନୁୁ ଏବଂ ଅନ୍ୟ ଜଣେ ସହଯୋଗୀଙ୍କ ସହ ଫଜ୍ରୁ ଡକାୟତି କରିଥିଲେ। ସେମାନେ ଦୋକାନର ସଟର ଭାଙ୍ଗି ଦାମୀ ପୋଷାକ ଏବଂ ବହୁ ନଗଦ ଟଙ୍କା ନେଇ ଯାଇଥିଲେ। ଆମ୍ବେଦକର ନଗର ପୋଲିସ ଷ୍ଟେଶନ ସେତେବେଳେ ଫଜରୁ ଏବଂ ଅନ୍ୟ ସହଯୋଗୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଚୋରି ହୋଇଥିବା ପୋଷାକ ଉଦ୍ଧାର କରାଯାଇଥିଲେ। ପରେ କୋର୍ଟ ଫଜରୁଙ୍କୁ ଜାମିନରେ ମୁକୁଳିଥିଲେ। କରିଥିଲେ। ଏହା ପରେ ସେ କେବେ ବି କୋର୍ଟରେ ହାଜର ହୋଇ ନ ଥିଲେ। ୧୯୯୮, ଜୁନ୍‌ ୪ରେ କୋର୍ଟ ଫଜରୁଙ୍କୁ ପଳାତକ ବୋଲି ଘୋଷଣା କରିଥିଲେ। ଫଜ୍‌ରୁ ଜଣେ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଚୋର ଥିଲେ। ସେମାନଙ୍କ ରାତିରେ ଦୋକାନଗୁଡ଼ିକୁ ଟାର୍ଗେଟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri