Categories: ଫୁରସତ

ମଣିଷରୁ ହଠାତ୍‌ କାର୍‌ ପାଲଟିଲେ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ଆପଣ ନିଶ୍ଚିତ ଭାବରେ ବିଜ୍ଞାନର ଅନେକ ଫିଲ୍ମ ଦେଖିଥିବେ। ଯେଉଁଥିରେ ଜଣେ ମଣିଷ ରୋବଟ୍‌ ହୋଇଯାଏ। ଟ୍ରାନ୍ସଫର୍ମର୍ସ ଫିଲ୍ମ ଏହି ପ୍ରସଙ୍ଗରେ ବେଶ୍‌ ଜଣାଶୁଣା। ମାତ୍ର ଆପଣ ପ୍ରକୃତରେ ଏପରି ବ୍ୟକ୍ତିଙ୍କୁ ଦେଖିଛନ୍ତି କି, ଯିଏ ହଠାତ୍‌ କାର୍‌ରେ ପରିଣତ ହୋଇଯାଉଛନ୍ତି। ଯଦି ନା ତେବେ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି କାର୍‌ରେ ରୂପାନ୍ତରିତ ହୋଇଯାଉଥିବା ଦେଖିବାକୁ ମିଳିଛି।

ଭିଡିଓଟି @ ଫିଜେନ ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଭିଡିଓଟି ଦେଖିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। କାରଣ ବ୍ୟକ୍ତିଙ୍କ ବୈଷୟିକ ଜ୍ଞାନ କୌଶଳ ଅତ୍ୟନ୍ତ ଅଦ୍ଭୁତ। ଯାହା ଦେଖିଲେ ଜଣେ ପ୍ରଶଂସା କରିବାକୁ ବାଧ୍ୟ ହେବ। ବ୍ୟକ୍ତି ଜଣକ ରାସ୍ତାରେ ଚମତ୍କାର ପ୍ରଦର୍ଶନ କରି ଏକ କାର୍‌ରେ ପରିଣତ ହୋଇଥିଲେ।

ଭାଇରାଲ ଭିଡିଓରେ ବ୍ୟକ୍ତି ଜଣକ ତାଙ୍କ ପିଠିରେ ପ୍ଲାଷ୍ଟିକ ସେଟ୍‌ଅପ୍‌ ପିନ୍ଧିଛନ୍ତି। ତାଙ୍କ ହାତରେ ଟାୟାର ଅଛି ଏବଂ କାରର ଉପର ଅଂଶ ପରି ପଛରେ ଏକ ଡିଜାଇନ ଦେଖାଯାଉଛି। ହଠାତ୍‌ ଏହା ଭୂମିରେ ବଙ୍କା ହୋଇ ଏକ କାର୍‌ରେ ପରିଣତ ହେଲା। ସେ ଏମିତି ଭାବରେ ବଙ୍କା ହୋଇଯାଉଛନ୍ତି ତାଙ୍କ ପିଠିରେ ଥିବା ପ୍ଲାଷ୍ଟିକ କାର୍‌ ଅଂଶ ତାଙ୍କ ହାତର ଟାୟାରରେ ଫିଟ୍‌ ହୁଏ ଏବଂ ଏହା ଏକ ଛୋଟ କାର ପରି ଦେଖାଯାଉଛି।

ଏହି ଭିଡିଓକୁ ୩୮ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହି ବ୍ୟକ୍ତିଙ୍କ ହାଲୋଏନ ପୋଷାକ ଆଶ୍ଚର୍ଯ୍ୟଜନକ ଅଟେ। ଜଣେ କହିଥିଲେ, ସେ ମଧ୍ୟ ଦିନେ ଏପରି ସମାନ ରୋବଟ ତିଆରି କରିବାକୁ ଚାହୁଁଛନ୍ତି। ଜଣେ ୟୁଜର କହିଛନ୍ତି, ଟ୍ରାନ୍ସଫର୍ମର ଅପେକ୍ଷା ବ୍ୟକ୍ତିଙ୍କ ଏହି ଉଦ୍ଭାବନ ଆହୁରି ଭଲ। ଭିଡିଓ ଦେଖିଲେ ଏହା ଏକ ଯାଦୁ ବିଦ୍ୟା ପରି ଲାଗୁଥିବା ଜଣେ ୟୁଜର କହିଛନ୍ତି। ଆଉ ଜଣେ ୟୁଜର କହିଛନ୍ତି, ମୋତେ ବି ଏମିତି ହେବା ଦରକାର।

Share