Categories: ଜାତୀୟ

ମନ୍ତ୍ରୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ଲକ୍ଷ୍ନୌ,୩।୨: ଉତ୍ତରପ୍ରଦେଶ ସରକାରର କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ବ୍ଲେଡ ଓ ବିଷରେ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି ଜଣେ ଦୁର୍ବୃତ୍ତ ତେବେ ସଠିକ ସମୟରେ ଆକ୍ରମଣକାରୀଙ୍କୁ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀମାନେ ଅଟକାଇ ପୋଲିସ ହାତକୁ ଦେଇଛନ୍ତି। ମନ୍ତ୍ରୀ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବାବେଳେ ଏହି ଘଟଣା ଘଟିଛି।
ସୂଚନାଯୋଗ୍ୟ, ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ ନାମାଙ୍କନପତ୍ର ଦାଖଲ କରିବାକୁ ମୁଣ୍ଡେରାର ନିର୍ବାଚନ କାର୍ଯ୍ୟାଳୟକୁ ଯାଉଥିବାବେଳେ ବ୍ଲେଡରେ ତାଙ୍କ ଉପରକୁ ଜଣେ ଯୁବକ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ପ୍ରୟାଗରାଜର ଧୁମନଙ୍ଗଞ୍ଜ ଅଞ୍ଚଳରେ ଥିବା ମୁଣ୍ଡେର ଭାଜପା କାର୍ଯ୍ୟାଳୟ ନିକଟରେ ଘଟିଥିଲା। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ସିଦ୍ଧାର୍ଥ ନାଥ ସିଂହଙ୍କୁ ପ୍ରୟାଗରାଜ ପଶ୍ଚିମ ଆସନରୁ ଟିକେଟ ଦେଇଛି। ତେବେ ମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ଏବେ ପୋଲିସ ପଚରାଉଚରା କରୁଛି।

Share