Categories: ଜାତୀୟ

ସ୍ତ୍ରୀ ସାଙ୍ଗରେ ଯିବାକୁ ମନା କରିବାରୁୁ ସ୍ବାମୀ ନେଲେ ଏମିତି ପଦକ୍ଷେପ

ମିରୁଟ,୨୮।୯: ଉତ୍ତର ପ୍ରଦେଶର ମିରୁଟରେ ଏକ ଅଭାବନୀୟ ଘଟଣା ଘଟିଛି। ମିରୁଟର ଲିସାଡି ଗେଟ୍‌ର ଲଖିପୁରାରେ ଜଣେ ଯୁବକ ଶଶୁର ଘରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସ୍ବାମୀ ସ୍ତ୍ରୀ ମଧ୍ୟରେ ଲାଗିଥିବା ବିବାଦ ଯୋଗୁ ଜ୍ୱାଇଁ ଏମିତି ପଦକ୍ଷେପ ନେଇଛନ୍ତି। ସ୍ଥାନୀୟ ଲୋକେ ନିଆଁ ଲିଭାଇ ସମ୍ପୃକ୍ତ ଯୁବକଙ୍କୁ ହସ୍ପିଟାଲରେ ନେଇଥିଲେ। ପୋଳିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ୍‌ ଆରମ୍ଭ କରିଛି। ପୋଲିସ ମୁତାବକ, ଗତ ୪ ମାସ ପୂର୍ବେ ସାହିଲ ଏବଂ ଶାଇସ୍ତାଙ୍କ ମଧ୍ୟରେ ବିବାହ ହୋଇଥିଲା। ୧୫ ଦିନ ତଳେ ଶାହିସ୍ତା ଥାନାରେ ଶାଶୁଘର ଲୋକଙ୍କ ବିରୋଧରେ ମାରପିଟ୍‌ ଏବଂ ଯୌତୁକ ଅଭିଯୋଗ ଆଣିଥିଲେ। ଶାହିସ୍ତାଙ୍କୁ ସାହିଲ ପ୍ରବଳ ପିଟୁଥିଲେ। ଫଳରେ ତାଙ୍କ ପରିବାର ଲୋକେ ଝିଅକୁ ଘରକୁ ନେଇଆସିଥିଲେ। କିଛିଦିନ ପରେ ସାହିଲ ସ୍ତ୍ରୀଙ୍କୁ ନେବାକୁ ଶ୍ୱଶୁର ଘର ଆସିଥିଲେ। କିନ୍ତୁ ସେ ଯିବାକୁ ମନା କରିଦେବାରୁ ସାହିଲ ନିଆ ଲଗାଇଦେଇଥିଲେ। ଏବେ ସେ ହସ୍ପିଟଲାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥାବସ୍ଥା ଗମ୍ଭୀର ରହିଛି।

Share