Categories: ଫୁରସତ

୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ମନକୁ ଆସିଲାନି ରୋଷେଇ ଘର, ରାଗରେ ଲଗାଇଦେଲେ ନିଆଁ

ଏହି ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଗ ସମୟରେ କିଛି ନା କିଛି ଘଟାଇଥାନ୍ତି। ବ୍ରିଟେନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଜଣେ ବ୍ୟକ୍ତି ତାଙ୍କ ରୋଷେଇ ଘରେ ନୂତନ ଫିଟିଙ୍ଗ କାମରେ ଏତେ ବିରକ୍ତ ହୋଇଗଲେ ଯେ, ଶେଷରେ ନିଆଁ ଲଗାଇଦେଲେ। ଏହି ରୋଷେଇ ଘର ଡିଜାଇନରେ ୧୬ ହଜାର ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଡିଜାଇନ ମନକୁ ଆସିଲାନି। ତେଣୁ ବାଧ୍ୟ ହୋଇ ସେ ନିଆଁ ଲଗାଇଦେଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଡ୍ରାଇଭର କ୍ରିସ୍‌ ଡୋଡ୍‌ ଫିଲ୍ଟର ସ୍ଥାପନ ପାଇଁ ଏକ କମ୍ପାନୀକୁ ଚୁକ୍ତିନାମା ପ୍ରଦାନ କରିଥିଲେ। କିନ୍ତୁ ସେ କହିଛନ୍ତି, ଆନୁମାନିକ ଦୁଇ ସପ୍ତାହ ନେବା ପରିବର୍ତ୍ତେ, କାମ ଶେଷ ହେବାକୁ ଦୁଇ ମାସ ସମୟ ଲାଗିଲା। ଯେତେବେଳେ ଏହା କରାଗଲା ରୋଷେଇ ଘରେ ଅନେକ ସମସ୍ୟା ଦେଖାଦେଇଥିଲା। ସେ କହିଥିଲେ, ସେଠାରେ ତାରଗୁଡ଼ିକ ଥିଲା ଏବଂ ଗ୍ୟାସ ଚୁଲାର କାମ ମଧ୍ୟ ଶେଷ ହୋଇ ନ ଥିଲା। ଫିଟର ମଧ୍ୟ ଡଷ୍ଟବିନ୍‌କୁ ଆଗରେ ରଖିଛନ୍ତି। ମୁଁ ପୂରା ଘଟଣାକୁ ଦେଖି ବହୁତ ଟେନ୍‌ସନ୍‌ ଏବଂ ବିବ୍ରତ ମନେ କଲି। ସେ ଆହୁରି ମଧ୍ୟ କହିଛନ୍ତି, ‘ମୋ ମା ପାଖରେ ରୁହନ୍ତି ତେଣୁ ମୋତେ ଏହି ରୋଷେଇ କରିବାକୁ ପଡ଼ିଲା। ମୁଁ ସପ୍ତାହରେ ବାହାରେ କାମ କରେ କିନ୍ତୁ ଛୁଟିଦିନରେ ଘରେ ରହେ।

ଡୋଡ କହିଛନ୍ତି, ସେ ଚଳିତବର୍ଷ ଫେବୃୟାରୀରେ ଓ୍ବିକ୍ସରୁ ନୂତନ ରୋଷେଇ ସାମଗ୍ରୀ କିଣିଥିଲେ। ଜୁଲାଇରେ ଏକ ନୂତନ ରୋଷେଇ ଘର ସମ୍ପୂର୍ଣ୍ଣ ହେଲା, ଯାହା ଖର୍ଚ୍ଚ ଅନୁଯାୟୀ ଭଲ ହୋଇ ନ ଥିଲା। ସେ ସ୍ଥାନୀୟ ଭିକ୍ସ ଆଉଟଲେଟରେ ଅଭିଯୋଗ କରିଥିଲେ। ସେ କହିଛନ୍ତି, ଗ୍ୟାସ୍‌ଚୁଲା ଠିକ୍‌ କରିବା ପାଇଁ ଦ୍ୱିତୀୟ ଫିଟର ପଠାଇବାକୁ ରାଜି ହୋଇଥିଲେ, କିନ୍ତୁ ଏହାର ଅତିରିକ୍ତ ୧୪୦୦ ପାଉଣ୍ଡ ଖର୍ଚ୍ଚ ହୋଇଥିଲା।

ଓ୍ବିକ୍ସର ପ୍ରବକ୍ତା କହିଛନ୍ତି, ଡୋଡ୍‌ଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅସୁବିଧା ବିଷୟରେ ଶୁଣି ଆମେ ଦୁଃଖିତ। ଯେହେତୁ ଆମେ ସର୍ବଦା ଉତ୍କୃଷ୍ଟ ଗ୍ରାହକ ସେବା ଯୋଗାଇବାକୁ ଚେଷ୍ଟା କରୁଛୁ। ଗ୍ରାହକଙ୍କ ପାଇଁ କାର୍ଯ୍ୟ ଠିକ୍‌ ସମୟରେ ସମାପ୍ତ କରିବାକୁ ଆମେ ବର୍ତ୍ତମାନ ସଂସ୍ଥାପକ ସହିତ କାର୍ଯ୍ୟ କରୁଛୁ।

Share