ନ୍ୟୁଜିଲାଣ୍ଡର ଚାଇନିଜ ରେସ୍ତୋରାଁରେ କୁରାଢିରେ ଆକ୍ରମଣ, ୪ ଆହତ

ଓ୍ବେଳଇଂଟନ,୨୦।୬: ନ୍ୟୁଜିଲାଣ୍ଡର ସବୁଠାରୁ ବହ ସହର ଓକଲାଣ୍ଡରେ ସୋମବାର ରାତିରେ ଜଣେ ବ୍ୟକ୍ତି ଗୋଟିଏ ପରେ ଗୋଟିଏ ଚାଇନିଜ ରେସ୍ତୋରାଁରେ ପଶି କୁରାଢିରେ ଆକ୍ରମଣ କରିବାରୁ ୪ ଜଣ ଆହତ ହୋଇଥିବା ଜଣାପଡିଛି। ପୋଲଇସ ଅଧିକାରୀ ଓ ସ୍ଥାନୀୟ ମିଡିଆ ଏହି ସୂଚନା ଦେଇଛି।
ନର୍ଥ ଶୋର ଏବଂ ଓକଲ୍ୟାଣ୍ଡ ହସ୍ପିଟାଲର ପ୍ରବକ୍ତା ମଙ୍ଗଳବାର କହିଛନ୍ତି ଯେ ଆହତଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ତିନିଜଣଙ୍କ ଅବସ୍ଥା ସ୍ଥିର ରହିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ରାତି ପ୍ରାୟ ୯ଟା ସମୟରେ ଜଣେ ବ୍ୟକ୍ତି ୩ଟି ଚାଇନିଜ ରେସ୍ତୋରାଁରେ ପଶିି କୁରାଢିରେ ଆକ୍ରମଣ କରିବାରୁ ୪ଜଣ ଆହତ ହୋଇଥିଲେ।

Share