Categories: ଖେଳ

କ୍ରିକେଟର ସ୍ତ୍ରୀଙ୍କୁ ଧମକ ଦେବା ପଡିଲା ମହଙ୍ଗା

କୋଲକାତା,୨୬।୧୦: ଭାରତୀୟ ଦଳର ପେସର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ଧମକ ଅଭିଯୋଗରେ କୋଲକାତା ପୋଲିସ ବୁଧବାର ୨୫ ବର୍ଷ ଯୁବକଙ୍କୁ ଗିରଫ କରିଛି। ଗତ ଦୁଇ ମାସ ମଧ୍ୟରେ ହସିନଙ୍କୁ ଅନେକ ଥର ଧମକ ଦେଇଥିବା ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରି କ୍ୟାନିଂ ଷ୍ଟେଶନ ରୋଡ ଅଞ୍ଚଳରୁ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ପୋଲିସ ଅଧିକାରୀ କହିଛନ୍ତି ଯେ, ଜାହାନଙ୍କ ଘରେ କାମ କରୁଥିବା ମହିଳା ପ୍ରଥମେ ଫୋନ କରିଥିଲେ। ତା’ପରେ ତାଙ୍କ ପୁଅ ବୋଲି ଦାବି କରୁଥିବା ବ୍ୟକ୍ତି ଫେଶନ କରି ଟଙ୍କା ମାଗୁଥିଲେ। ଟଙ୍କା ନ ଦେଲେ ସେ ସୋସିଆଲ ମିଡିଆରେ ଜାହାନଙ୍କ ବ୍ୟକ୍ତିଗତ ଫଟୋ ଏବଂ ମୋବାଇଲ ନମ୍ବର ପୋଷ୍ଟ କରିବାକୁ ଧମକ ଦେଇଥିଲେ। ଏହି ବ୍ୟକ୍ତି ଶାମିଙ୍କ ସ୍ତ୍ରୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଜାହାନ ପ୍ରଥମେ ଏଭଳି ଫେଶନ କଲ୍‌କୁ ଅଣଦେଖା କରିଥିଲେ କିନ୍ତୁ ପରିସ୍ଥିତି ଅଣାୟତ୍ତ ହେବାରୁ ସେ ନଭେମ୍ବର ୨୨ରେ ଅଭିଯୋଗ କରିଥିଲେ ବୋଲି ପୋଲିସ କହିଛି।

Share