ରାତିର ସୁଯୋଗ ନେଇ ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଧରି ଜେଲ୍ ପଠାଇଲା ଆନନ୍ଦପୁର ପୋଲିସ!

ବଞ୍ଚୋ, ୨୭।୮ (ପ୍ରଦୋଷ ବିଶ୍ୱାଳ): ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ସାହାନନ୍ଦପୁର ଗ୍ରାମର ୩୪ ବର୍ଷୀୟ ରାଜକିଶୋର ଦେହୁରୀ।

ପୋଲିସ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୫ ତାରିଖ ରାତିରେ ରାଜକିଶୋର ଦେହୁରୀ ଅଭିଯୋଗକାରିଣୀ କୁନମୁନ ଦଳେଇଙ୍କ ଘରେ ଅନୁଚିତ ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ। ସେଠାରେ ସେ ମହିଳାଙ୍କ ସହ ଜୋରଜବରଦସ୍ତି କରି ଅସଦାଚରଣ ଏବଂ ଅପମାନଜନକ ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

କୁନମୁନ ଦଳେଇଙ୍କ ଅଭିଯୋଗ ଆଧାରରେ ଆନନ୍ଦପୁର ଥାନାରେ ଗତ ୨୬.୦୮.୨୦୨୬ ରେ କେସ୍ ନମ୍ବର ୨୩୪ ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨)/୩୩୧(୪)/୩୦୩(୨)/୭୪/୩୫୧(୨) ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତ ରାଜକିଶୋରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share