୭୫ ବର୍ଷୀୟ ବୃଦ୍ଧଙ୍କ ଅଦମ୍ୟ ସାହସ: ଜାଣନ୍ତୁ ପ୍ରେମ ଓ ସଂଘର୍ଷର ହୃଦୟସ୍ପର୍ଶୀ କାହାଣୀ, ବାଟରେ ଘଟିଲା ଏମିତି

ଭୁବନେଶ୍ବର, ୨୫ା୧: ପ୍ରେମ ଓ ସଂଘର୍ଷର ଏକ ହୃଦୟସ୍ପର୍ଶୀ ଚିତ୍ର ଓଡ଼ିଶାରେ ଦେଖିବାକୁ ମିଳିଛି। ବିହାରର “ମାଉଣ୍ଟେନ୍ ମ୍ୟାନ୍” ଦଶରଥ ମାଝୀଙ୍କ ପରି ଜଣେ ୭୫ ବର୍ଷୀୟ ବୃଦ୍ଧ ନିଜ ପକ୍ଷାଘାତ ପୀଡ଼ିତ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ରିକ୍ସାରେ ୩୦୦ କିଲୋମିଟର ପେଡାଲ୍ ମାରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ସମ୍ବଲପୁର ମୋଦିପଡ଼ାର ବାବୁ ଲୋହାରଙ୍କ ୭୦ ବର୍ଷୀୟା ସ୍ତ୍ରୀ ଜ୍ୟୋତି ପକ୍ଷାଘାତର ଶିକାର ହୋଇଥିଲେ। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଆମ୍ବୁଲାନ୍ସ ପାଇଁ ଅର୍ଥ ଅଭାବରୁ ବାବୁ ନିଜ ରିକ୍ସାକୁ ହିଁ ‘ଆମ୍ବୁଲାନ୍ସ’ରେ ପରିଣତ କରିଥିଲେ। ସ୍ତ୍ରୀଙ୍କ ଆରାମ ପାଇଁ ରିକ୍ସାରେ ପୁରୁଣା ଗଦି ପକାଇ ସେ ସମ୍ବଲପୁରରୁ କଟକ ଯାତ୍ରା ଆରମ୍ଭ କରିଥିଲେ।

ଦୀର୍ଘ ୯ ଦିନ ଧରି ଖରା, କଷ୍ଟ ସହି ସେ କଟକରେ ପହଞ୍ଚିଥିଲେ। ସେଠାରେ ଦୁଇ ମାସର ଚିକିତ୍ସା ପରେ ସେମାନେ ଜାନୁଆରୀ ୧୯ରେ ଫେରିବା ଆରମ୍ଭ କରିଥିଲେ।

ତେବେ ସଉଠ ଫେରିବା ବାଟରେ ଚୌଦ୍ୱାର ନିକଟରେ ଏକ ଗାଡ଼ି ତାଙ୍କ ରିକ୍ସାକୁ ଧକ୍କା ଦେଇଥିଲା। ଫଳରେ ଉଭୟ ଆହତ ହୋଇଥିଲେ। ସେଠାରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବିକାଶ ସେମାନଙ୍କ ଚିକିତ୍ସା କରିବା ସହ ବୃଦ୍ଧ ଦମ୍ପତିଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି।

“ଆମର କେହି ନାହାନ୍ତି, ଆମେ ହିଁ ପରସ୍ପରର ସାହାରା,” ବୋଲି ବାବୁ କୋହଭରା କଣ୍ଠରେ କହିଛନ୍ତି। ବୃଦ୍ଧାବସ୍ଥାରେ ଏଭଳି ନିଷ୍ଠା ଓ ସମର୍ପଣ ଭାବ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଭୂୟସୀ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ASI: ଢାବା ବ୍ୟବସାୟୀଙ୍କୁ ଗିରଫ ଭୟ ଦେଖାଇ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା…

କଟକ,୧୨।୩(ପ୍ରଭୁ କଲ୍ୟାଣ ପାଲ): ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନାର…

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ

ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି।…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ରାଜ୍ୟରେ ବଢ଼ିଲା ତାତି; ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ପାର କଲା ତାପମାତ୍ରା

ଭୁବନେଶ୍ୱର,୧୨।୩: ମାର୍ଚ୍ଚ ମାସ ଅଧା ନହେଉଣୁ ଓଡ଼ିଶାରେ କଲବଲ କଲାଣି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri