Categories: ଜାତୀୟ

ବିଗୁଲ ବଜାଇଲେ ମମତା: ନୀତୀଶ-ସୋରେନଙ୍କ ସହ ଲଢ଼ିବେ ୨୦୨୪ ନିର୍ବାଚନ

କୋଲକାତା,୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ନେତା ମମତା ବାନାର୍ଜୀ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏବେଠାରୁ ବିଗୁଲ ବଜାଇଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ ବିରୋଧୀ ଏକାଠି ହୋଇ ନିର୍ବାଚନ ଲଢ଼ିବେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ଅନ୍ୟ ବିରୋଧୀ ନେତାଙ୍କ ସହ ମିଶି ମମତା ଭାଜପା ବିରୋଧରେ ନିର୍ବାଚନ ଲଢ଼ିବେ। ଏଥିସହ ସେ କହିଛନ୍ତି, ରାଜନୀତି ଏକ ଯୁଦ୍ଧ କ୍ଷେତ୍ର ହୋଇଥିବା ବେଳେ ସମସ୍ତ ବିରୋଧୀ ଏକଜୁଟ ହେବୁ। ୩୪ବର୍ଷ ଧରି ଯୁଦ୍ଧ କରିଚାଲିଛୁ ଆଗକୁ ଜାରି ରହିବ ବୋଲି ମମତା କହିଛନ୍ତି। ଏଥିସହ ସେ ଝାଡ଼ଖଣ୍ଡ ରାଜନୈତିକ ସଙ୍କଟ ଉପରେ ମଧ୍ୟ ବୟାନ ରଖିଛନ୍ତି। ସେ କହିଛନ୍ତି, ଭାଜପା ଝାଡ଼ଖଣ୍ଡକୁ ବିକ୍ରି କରିବାକୁ ଚାହଁଥିଲା। କିନ୍ତୁ ଆମେ ଝାଡ଼ଖଣ୍ଡକୁ ବଞ୍ଚାଇ ବିଦ୍ରୋହୀ ବିଧାୟକଙ୍କୁ ଗିରଫ କରାଇଛୁ ବୋଲି ମମତା କହିଛନ୍ତି।

Share