Categories: ଜାତୀୟ

ଟିଏମସିର ଆନ୍ତରିକ କହଳ: ଘୋଷଣା ହେଲା ନୂଆ ୱାର୍କିଂ କମିଟି

କୋଲକାତା,୧୩ ।୨: ତୃଣ ମୂଳ କଂଗ୍ରେସ(ଟିଏମସି)ରେ ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ଶନିବାର ସନ୍ଧ୍ୟାରେ ଦଳର ବରିଷ୍ଠ ନେତାଙ୍କର ଏକ ବୈଠକ ହୋଇଥିଲା । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ୬ ବରିଷ୍ଠ ନେତା-ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ, ମହାସଚିବ ପାର୍ଥ ଚାଟାର୍ଜୀ, ପ୍ରଦେଶ ପାର୍ଟିି ଅଧ୍ୟକ୍ଷ ସୁବ୍ରତ ବକ୍ସି ଓ ମନ୍ତ୍ରୀ ଫିରହାଦ ହକିମ, ଅରୁପ ବିଶ୍ୱାସ ଓ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ସାମିଲ ହୋଇଥିଲେ । ଟିଏମ୍‌ସିରେ ଚାଲିଥିବା ଆନ୍ତରିକ କଳହକୁ ନେଇ ଦଳର ଶୀର୍ଷ ପଦାଧିକାରୀଙ୍କୁ ନେଇ ହୋଇଥିବା ବୈଠକ ପରେ ୨୦ ଜଣିଆ ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ଘୋଷଣା କରାଯାଇଛି । ଅଭିଷେକ ବାନାର୍ଜ ରାଷ୍ଟ୍ରୀୟ ମହାସଚିବ ପଦରେ ରହିବାର ସମ୍ଭାବନା ଥିବା ବେଳେ ଦଳ ପକ୍ଷରୁ କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ଘୋଷଣା କରାଯାଇନାହିଁ ।

Share