ଜାଣନ୍ତି ମମତା ବାନାର୍ଜୀ କାହିଁକି ପିନ୍ଧନ୍ତି ଧଳା ଶାଢ଼ି ଆଉ ରବର ଚପଲ

କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନଶୈଳୀକୁ ନେଇ ବେଳେ ବେଳେ ଚର୍ଚ୍ଚା ହୋଇଥାଏ। ଏବେ ତାଙ୍କ ଧଳା ଶାଢ଼ିକୁ ନେଇ ଚର୍ଚ୍ଚା ହେଉଛି। ମମତାଙ୍କୁ ସବୁବେଳେ ଧଳା ଶାଢ଼ି ଆଉ ରବର ଚପଲରେ ଦେଖିବାକୁ ମିଳିଥାଏ। ମମତାଙ୍କ ପାଖରେ ଶାଢ଼ିର ଅଭାବ ନାହିଁ। ମାତ୍ର ସେ ଅଧିକାଂଶ ସମୟ ଧଳା ଶାଢ଼ି ପିନ୍ଧିବାକୁ ଭଲ ପାଆନ୍ତି।

ଏହାର କାରଣ ହେଲା ମମତାଙ୍କ ସାଦାସିଧା ଜୀବନ। ପିଲାଦିନରେ ସେ ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିଲେ। ତାଙ୍କୁ ଯେତେବେଳେ ୯ ବର୍ଷ ହୋଇଥିଲା ସେ ମା ବାପାଙ୍କୁ ହରାଇଥିଲେ। ଏହା ପରେ ମମତାଙ୍କ ପରିବାରରେ ଆହୁରି ଆର୍ଥିକ ସଙ୍କଟ ଦେଖା ଦେଇଥିଲା।

ରାଜନୀତିକୁ ଆସିବା ପରେ ବି ମମତା ଧଳା ଶାଢ଼ି ଏବଂ ଗୋଟିଏ ରଙ୍ଗର ବର୍ଡର ଥିବା ଶାଢ଼ି ପିନ୍ଧି ଆସୁଛନ୍ତି। ଦକ୍ଷିଣ କୋଲକାତାରେ ମମତାଙ୍କ ପୈତୃକ ଘର ରହିଛି। ଏହି ଘର ବର୍ଷାଦିନରେ ପାଣିରେ ବୁଡ଼ିଯାଏ। ଏଠାକୁ ଯିବା ପାଇଁ ହେଲେ ମମତା ଇଟା ପକାଇ ଯାଇଥାନ୍ତି। ଏହି ଦୃଶ୍ୟ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ମମତା ସେତେବେଳେ କେନ୍ଦ୍ର ରେଳମନ୍ତ୍ରୀ ଥାଇ ବି ତାଙ୍କ ଘରର ଅବସ୍ଥା ଏପରି ଥିଲା। ଯାହା ବାଜପେୟୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଲମ୍ବା ସଂଘର୍ଷ ଜୀବନ ପରେ ସେ ରାଜନୀତିକୁ ଆସିଥିଲେ। ରାଜନୀତିରେ ବି ସେ ହାର ମାନିନାହାନ୍ତି। ଜଣେ ଶକ୍ତିଶାଳୀ ମହିଳା ଭାବେ ନିଜର ଶକ୍ତି ପ୍ରଦର୍ଶନ କରିଚାଲିଛନ୍ତି।

Share