ମମିତାଙ୍କ ମା’ ଗୁରୁତର

ବଲାଙ୍ଗୀର,୩୦।୧୦(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ମମିତା ମେହରଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଚର୍ଚ୍ଚା ହେଉଥିବା ବେଳେ ଝିଅକୁ ହରାଇବାର ଦୁଃଖରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ତାଙ୍କ ମା’ ତୁଳସୀ ମେହେର । ତାଙ୍କ ମା’ଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ସହ ବାରମ୍ବାର ଅଚେତ ହୋଇ ଯାଉଥିବା ସୂଚନା ମିଳିଛି। ଚିକିତ୍ସା ଲାଗି ତୁଳସୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି।