ସୁନ୍ଦରଗଡ଼ରେ ମମିତା ତାତି

ସୁନ୍ଦରଗଡ,୧୨।୧୧(ଡି.ଏନ୍‌.ଏ.): ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ସୁନ୍ଦରଗଡ଼ରେ ଶାନ୍ତିପୂର୍ଣ୍ଣ ଭାବେ ଦେଖିବାକୁୁ ମିଳିଛି। ହାଇକୋର୍ଟଙ୍କ ଆଦେଶ ମୁତାବକ କଂଗ୍ରେସ କର୍ମୀମାନେ ପିକେଟିଂ ନ କରି ଡିଆରଡିଏ ଛକରେ ହରତାଳ କରିଥିଲେ। ବସଚଳାଚଳ ବନ୍ଦ ଥିବାବେଳେ ୨ଚକିଆ ବ୍ୟତୀତ ଅନ୍ୟାନ୍ୟ ଯାନବାହନ ମଧ୍ୟ ବନ୍ଦ ଥିଲା। କେତେକ ଦୋକାନକୁ ଛାଡି ଅନ୍ୟ ଦୋକାନ ବଜାର, ସ୍କୁଲ କଲେଜ, ଅଫିସ କଚେରୀ ଖୋଲା ରହିଥିଲା। ଜିଲା କଂଗ୍ରେସ କମିଟି ସଭାପତି ବେଣୁମାଧବ ତ୍ରିପାଠୀଙ୍କ ନେତୃତ୍ୱରେ ପିସିସି ସାଧାରଣ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ, ଟାଉନ ସଭାପତି ନେପାଳ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ।