ମମିତା ହତ୍ୟା ମାମଲା: ପୋଲିସ ହାତରେ ଲାଗିଲା ଆଉ କିଛି ନୂଆ ତଥ୍ୟ

ଭବାନିପାଟଣା,୫।୧୧(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। । ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିବା ପରେ ଟାୟାର ପାଇଁ ବିବେକ ଅଗ୍ରଓ୍ବାଲ ନାମକ ଜଣେ ବ୍ୟକ୍ତିଙ୍କୁ ଗତ ୮ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ ଟା ୩୦ରେ ଫୋନ କରିଥିଲେ। ଡ୍ରାଇଭର ରାଧେଶ୍ୟାମ ଯାଇ ୨ ଟି ଟାୟାର  ଆଣିବେ ବୋଲି କହିଥିଲେ। ପରେ ଦିନ ସାଢେ ୩ଟାରେ ବିବେକଙ୍କ ଠାରୁ ସେ ଟାୟାର ଆଣିଥିଲେ। ଗୋବିନ୍ଦଙ୍କୁ ପିକ୍‌ଅପ୍‌ ଭ୍ୟାନର ଟାୟାର ଦେଇଥିବା ବିବେକ ଅଗ୍ରଓ୍ବାଲ କହିଛନ୍ତି।

ତେବେ କିଛି ଦିନ ପୂର୍ବରୁ ହତ୍ୟାକାଣ୍ଡରେ ବ୍ୟବହୃତ ସ୍କୁଟି ଓ ଜେସିବି ମଧ୍ୟ ଜବତ ହୋଇଥିଲା। ଏପଟେ ରାଜରାସ୍ତାକୁ ଓହ୍ଲାଇ ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନ ବିକ୍ଷୋଭ ମାଧ୍ୟମରେ ମମିତାରଙ୍କ ହତ୍ୟାକାରୀକୁ କଠୋର ଦଣ୍ଡ ସହ ମନ୍ତ୍ରୀଙ୍କୁ ବହିଷ୍କାର କରିବା ଦାବି ଜୋର୍‌ ଧରିଛି।