Posted inଜାତୀୟ

ସରକାରୀ ବାବୁଙ୍କୁ ମମତାଙ୍କ ତାଗିଦ, କାମ ନ କରିପାରିଲେ ଚାକିରି ଛାଡିଦିଅ…

କୋଲକାତା,୨୯।୧୧ : ମଙ୍ଗଳବାର ଉତ୍ତର ୨୪ ପରଗଣାର ହିଙ୍ଗାଲଗଞ୍ଜ ଠାରେ ଏକ ସଭାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ରୋଧିତ ହୋଇ ସସରକାରୀ ବାବୁଙ୍କ ଉପରେ ବର୍ଷିଥିଲେ। କ୍ରୋଧିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି କାର୍ଯ୍ୟକ୍ରମକୁ ମଧ୍ୟଭାଗରେ ବନ୍ଦ କରି ପ୍ରାୟ ୧୫ ମିନିଟ ଚୁପ୍‌ଚାପ ବସିଥିଲେ। ସେ ଜନସାଧାରଣଙ୍କ ଆଡକୁ ହାତ ବୁଲାଇ ଇଶାରା କରି କହିଥିଲେ ଯେ, ବସିଯାଅ, ମୁଁ ମଧ୍ୟ ବସୁଛି।

ସୂଚନା ଅନୁଯାୟୀ, ଦେବୀ ପୂଜା ଅବସରରେ ସେ ସାଧାରଣ ଲୋକଙ୍କୁ ୧୫ ହଜାର ଶୀତ ବସ୍ତ୍ର ଦେବାକୁ ଘୋଷଣା କରିଥିଲେ। କିନ୍ତୁ ପୋଷାକ ମଞ୍ଚରେ ଉପସ୍ଥିତ ନଥିଲା, ଯାହା ତାଙ୍କୁ କ୍ରୋଧିତ କରିଥିଲା । ପୋଷାକ ନ ଆସିବା ପର୍ଯ୍ୟନ୍ତ ସେ ତାଙ୍କର ସଭା ଆରମ୍ଭ କରିବେ ନାହିଁ ବୋଲି କହିଥିଲେ।

କ୍ରୋଧିତ ମୁଖ୍ୟମନ୍ତ୍ରୀ ଶୀତଦିନିଆ ପୋଷାକ ନ ପାଇ ବିଡ଼ଓ ଏବଂ ଡିଏମଙ୍କୁ ତାଗିଦ କରିଥିଲେ । ସେ କହିଛନ୍ତି, ମୁଁ ଯେଉଁ କାମ ପାଇଁ ଆସିଛି, ତାହା କରିପାରୁ ନାହିଁ। ତେଣୁ ଭାଷଣ ଦେବାର କୌଣସି ଅର୍ଥ ନାହିଁ। ବିଡ଼ଓ ଏବଂ ଡିଏମ ଅବହେଳା କରୁଛନ୍ତି। ସେଥିପାଇଁ ମୋତେ କ୍ଷମା ମାଗିବାକୁ ପଡୁଛି। ବିଡ଼ଓ ଏବଂ ଡିଏମଙ୍କୁ ଭର୍ତ୍ସନା କରି କହିଥିଲେ, ଯଦି ତୁମେ ସଠିକ ଭାବରେ କାମ କରିପାରିବ ନାହିଁ, ତେବେ ଚାକିରି ଛାଡିଦିଅ ।

ମୁଖ୍ୟମନ୍ତ୍ରୀ ପ୍ରାୟ ୧୫ ମିନିଟ ମଞ୍ଚରେ ଚୁପ୍‌ଚାପ ବସିଥିଲେ। ଏହା ପରେ କମ୍ବଳ ଅଣାଯାଇଥିଲା। ପ୍ରାୟ ୧୦୦୦ କମ୍ବଳ ବଣ୍ଟନ କରାଯାଇଥିଲା। ସେ କହିଥିଲେ, ଲୋକଙ୍କ ପାଇଁ ଉପହାର ଆଣିଥିଲି, ଯଦି ତାହା ନ ମିଳିବ ତେବେ ମୁଁ କ୍ରୋଧିତ ହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri