Categories: ଜାତୀୟ

ମମତାଙ୍କ ପ୍ରଶ୍ନ: ଭାଜପା ଏମିତି କରିବାକୁ ସାହସ କେମିତି କଲା

କୋଲକାତା,୩୧।୩: ପଶ୍ଚିମବଙ୍ଗରେ ରାମ ନବମୀ ଅବସରରେ ବିଭିନ୍ନ ସ୍ଥାନରେ ପଥର ଫିଙ୍ଗିବା ଏବଂ ଅଗ୍ନିକାଣ୍ଡ ଭଳି ଘଟଣା ଘଟିଛି। ପଶ୍ଚିମବଙ୍ଗର ହାଓ୍ବଡାରେ ହୋଇଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରୋକ୍ଷରେ ଭାଜପା ଉପରେ ବର୍ଷିଛନ୍ତି।
ହାଓ୍ବଡାରେ ‘ରାମ ନବମୀ ଶୋଭାଯାତ୍ରା’ ସମୟରେ ହିଂସା ସୃଷ୍ଟି ହୋଇଥିଲା। ହିଂସା ଯୋଗୁ ଅନେକ ଗାଡିରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ପରେ ମମତା କହିଛନ୍ତି, ସାମ୍ପ୍ରଦାୟିକ ଦଙ୍ଗା ପରିଚାଳନା ପାଇଁ ସେମାନେ (ଭାଜପା) ରାଜ୍ୟ ବାହାରୁ ଗୁଣ୍ଡା ଡାକନ୍ତି। କେହି ସେମାନଙ୍କ ଶୋଭାଯାତ୍ରା ବନ୍ଦ କରି ନ ଥିଲେ କିନ୍ତୁ ଖଣ୍ଡା ଏବଂ ବୁଲଡୋଜର ସହିତ ସେମାନଙ୍କର ପଦଯାତ୍ରା କରିବାର ଅଧିକାର ନାହିଁ। ସେମାନେ ହାୱାଡାରେ ଏହା କରିବାକୁ କିପରି ସାହସ କଲେ? ଅନୁମତି ନ ଦେଇ ଏକ ସମ୍ପ୍ରଦାୟକୁ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରିବାକୁ ସେମାନେ କାହିଁକି ମାର୍ଗ ବଦଳାଇଲେ। ଜନସାଧାରଣ ଦିନେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ।
ଏଥର ପଶ୍ଚିମବଙ୍ଗରେ ରାମ ନବମୀ ପାଇଁ ଭାଜପା ବଡ ପ୍ରସ୍ତୁତି କରିଥିଲା। ପଶ୍ଚିମବଙ୍ଗର ରାସ୍ତାରେ ଲକ୍ଷ ଲକ୍ଷ ରାମ ଭକ୍ତ ବାହାରକୁ ଆସିଥିଲେ।

Share