Categories: ଜାତୀୟ

ମମତାଙ୍କ ଖୋଲା ଚ୍ୟାଲେଞ୍ଜ: ସାହସ ଅଛି ତ ଗିରଫ କରାଉ ଭାଜପା

କୋଲକାତା,୨୫।୧୧: ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ସ୍ଥିତିରେ ଶାସକ ଦଳ ଟିଏମ୍‌ସି ଓ ବିରୋଧୀ ଦଳ ରାଜ୍ୟରେ ନିର୍ବାଚନ ପ୍ରଚାର ଜୋରଦାର ଚଳାଇଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବାଙ୍କୁଡାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଉକ୍ତ ରାଲିରେ ମମତା ଭାଜପାକୁ ଟାର୍ଗେଟ କରିଛନ୍ତି। ଯଦି ଭାଜପାର ସାହସ ଅଛି ତେବେ ତାଙ୍କୁ ଗିରଫ କରୁ। ଜେଲ୍‌ରେ ଥାଇ ମଧ୍ୟ ତୃଣମୂଳ କଂଗ୍ରେସର ବିଜୟ ସୁନିଶ୍ଚିତ କରିବି ବୋଲି ମମତା କହିଛନ୍ତି। ଏଥିସହ ଭାଜପା ଉପରେ ସେ ଆରୋପ ଲଗାଇଛନ୍ତି। ଟିଏମସି ବିଧାୟକଙ୍କୁ ଧନ ପ୍ରଲୋଭନ ଦେଖାଇ ଦଳ ଛାଡି ତାଙ୍କ ଦଳରେ ସାମିଲ ହେବା ପାଇଁ ଭାଜପା ଉସୁକାଉଛି। ଭାଜପା ଏକ ମିଛର ଗନ୍ତାଘର ହେବା ସହ ଦେଶ ପାଇଁ ସବୁଠାରୁ ବଡ଼ ଅଭିଶାପ ବୋଲି ମମତା କହିଛନ୍ତି।

Share