Categories: ଜାତୀୟ

ମମତାଙ୍କ ନୂଆ ସ୍ଲୋଗାନ: ହରେ କୃଷ୍ଣ ହରେ ରାମ,ବିଦା ହୁଅନ୍ତୁ ଭାଜପା-ବାମ

କୋଲକାତା, ୨୫।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନୂଆ ସ୍ଲୋଗାନ ଆରମ୍ଭ କରିଛନ୍ତି। ଭାଜପା ପକ୍ଷରୁ ଜୟ ଶ୍ରୀରାମ ସ୍ଲୋଗାନ ଦିଆ ଯାଉଥିବାବେଳେ ମମତା ସୋମବାର ହୁବଲିର ଏକ ସଭାରେ ଯୋଗଦେଇ ନୂଆ ସ୍ଲୋଗାନ ଦେଇଛନ୍ତି। ସେ କହିଛନ୍ତି ଯେ, ହରେ କୃଷ୍ଣ ହରେ ରାମ,ବିଦା ହୁଅନ୍ତୁ ଭାଜପା-ବାମ। ମମତା ରାଜ୍ୟରୁ ଭାଜପା ଏବଂ ବାମ ଦଳକୁ ହଟେଇବା ପାଇଁ ଏପରି କହିଛନ୍ତି। ତେବେ ମମତାଙ୍କ ଏଭଳି ସ୍ଲୋଗାନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share