Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌ରେ ମମତାଙ୍କ ହ୍ୟାଟ୍ରିକ୍‌

ନୂଆଦିଲ୍ଲୀ,୩୦ା୪:ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ହ୍ୟାଟ୍ରିକ୍‌ ବିଜୟ ହାସଲ କରି ପୁଣି ଥରେ ଶାସନ କରିପାରେ। ଏହାସହ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। କେରଳରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଦଖଲ କରି ଇତିହାସ ରଚିବାକୁ ଯାଉଛନ୍ତି। ତାମିଲନାଡୁରେ କ୍ଷମତା ପରିବର୍ତ୍ତନ ହେବ। ଦକ୍ଷିଣ ଭାରତର ଏହି ପ୍ରମୁଖ ରାଜ୍ୟରେ ଦ୍ରାବିଡ ମୁନେତ୍ରା କାଜାଗାମ (ଡିଏମ୍‌କେ) ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ଙ୍କ ବହୁଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଏଠାରେ ଆକସ୍ମିକ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କ ନେତୃତ୍ୱକୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷେ ଆସାମରେ ଭାଜପା ପୁନର୍ବାର କ୍ଷମତାକୁ ଫେରିପାରେ। ଗୁରୁବାର ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବୁଥ୍‌ ଫେରନ୍ତା ଭୋଟରଙ୍କଠାରୁ ସଂଗୃହୀତ ମତକୁ ନେଇ ରାତି ପ୍ରାୟ ୭ଟାରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକ୍‌ଜିଟ୍‌ ପୋଲ୍‌ରୁ ଏହା ଅନୁମାନ କରାଯାଉଛି।
ବ୍ୟାପକ କୋଭିଡ୍‌ କଟକଣା ଓ ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ଶେଷ ହୋଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ୨୯୪ ଆସନ ମଧ୍ୟରୁ ୨୯୨ ସିଟ୍‌ରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ମତଦାନ ଶେଷ ହୋଇଥିବାବେଳେ ଅବଶିଷ୍ଟ ୨ ଆସନରେ ମେ’ ୧୬ରେ ଭୋଟ ଗ୍ରହଣ କରାଯିବ। ସମ୍‌ଶେରଗଞ୍ଜ ଓ ଜାଙ୍ଗିପୁର ଆସନର ୨ ପ୍ରାର୍ଥୀଙ୍କ କୋଭିଡ୍‌ ମୃତ୍ୟୁ ଯୋଗୁ ଉଭୟ ସିଟ୍‌ରେ ମେ’ ୧୬ରେ ଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ସେହିପରି ଆସାମ ବିଧାନସଭାର ୧୨୬ ଆସନ ଲାଗି ଅନୁଷ୍ଠିତ ୩ ପର୍ଯ୍ୟାୟ (ମାର୍ଚ୍ଚ ୨୭ରୁ ଏପ୍ରିଲ ୬) ନିର୍ବାଚନରେ ୮୨.୪% ମତଦାନ ହୋଇଥିଲା। କେରଳ(୧୪୦ ଆସନରେ ୭୪.୨%), ତାମିଲନାଡୁ(୨୩୪ ଆସନରେ ୭୨.୭୮%) ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ(୩୦ ଆସନରେ ୮୧.୭୦%)ରେ ଏପ୍ରିଲ ୬ରେ ଭୋଟ ଗ୍ରହଣ କରାଯାଇଥିଲା। ପଶ୍ଚିମବଙ୍ଗର ୩୫ ଆସନରେ ଗୁରୁବାର ୭୬.୦୭% ମତଦାନ ହୋଇଥିତ୍ବା ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୮୨୨ ଆସନରେ ଭୋଟ ଗ୍ରହଣ କରାଯାଇଥିବାବେଳେ ପଶ୍ଚିମବଙ୍ଗ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଥିଲା। କାରଣ ପଶ୍ଚିମବଙ୍ଗ ନିର୍ବାଚନ ହ୍ୟାଟ୍ରିକ୍‌ ଆଶାରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସମ୍ମାନ ରକ୍ଷାର ଆହ୍ବାନ ପାଲଟିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ମର୍ଯ୍ୟାଦାର ପ୍ରଶ୍ନ ରୂପେ ଛିଡ଼ା ହୋଇଥିଲା। ଏଠାରେ ଶାସକ ଟିଏମ୍‌ସିର ମୁଖ୍ୟ ଚ୍ୟାଲେଞ୍ଜର ଭାବେ ପ୍ରଥମ ଥର ପାଇଁ ଉଭା ହୋଇଛି ଭାଜପା। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୪୯ ହୋଇଥିବାବେଳେ ଟିଏମ୍‌ସି ୧୫୪ ଆସନ ଦଖଲ କରିବ ବୋଲି ପୋଲ୍‌ ଅଫ୍‌ ଦି ପୋଲ୍ସ ଦର୍ଶାଉଛି। ଟାଇମ୍ସ ନାଓ ଏବଂ ସି-ଭୋଟର ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଟିଏମ୍‌ସି ୧୫୮ ଆସନରେ ସଫଳତା ପାଇବ। ଭାଜପା ୧୧୫ରେ ସନ୍ତୁଷ୍ଟ ହୋଇ ବିରୋଧୀ ଆସନରେ ବସିବ। ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ(ସିପିଆଇଏମ୍‌), କଂଗ୍ରେସ ଏବଂ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ (ଆଇଏସ୍‌ଏଫ୍‌) ମେଣ୍ଟକୁ ୧୯ ଆସନରେ ସଫଳତା ମିଳିବ। ସେହିପରି ପିଏମ୍‌ଏଆର୍‌କ୍ୟୁର ଆକଳନ ହେଉଛି ଟିଏମ୍‌ସି ୧୫୮, ଭାଜପା ୧୨୦ ଏବଂ ବାମ-କଂଗ୍ରେସ-ଆଇଏସ୍‌ଏଫ୍‌ ମେଣ୍ଟ ୧୪ ଆସନ ଦଖଲ କରିବ। ଇଟିଜିର ଆକଳନ ଅନୁସାରେ ଟିଏମ୍‌ସି ୧୬୯, ଭାଜପା ୧୧୦ ଏବଂ ବାମ ନେତୃତ୍ୱାଧୀନ ମେଣ୍ଟ ୧୨ ସିଟ୍‌ରେ ବିଜୟୀ ହେବ। ସିଏନ୍‌ଏକ୍ସ-ରିପବ୍ଲିକ୍‌ର ଗଣିତ କହୁଛି ଟିଏମ୍‌ସି ୧୩୩ ଆସନରେ ସୀମିତ ରହି କ୍ଷମତାଚ୍ୟୁତ ହେବ। ଭାଜପା ୧୪୩ ଆସନରେ ବିଜୟୀ ହେବା ସହ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ଶାସନ କରିବାକୁ ଯାଉଛି ବୋଲି ଏହି ସର୍ବେକ୍ଷଣ ସଂସ୍ଥା ଭବିଷ୍ୟବାଣୀ କରିଥିବାବେଳେ ବାମ ନେତୃତ୍ୱାଧୀନ ମେଣ୍ଟକୁ ୧୬ ଆସନ ଦେଇଛି। ମତଦାନର ୧ ଘଣ୍ଟା ପରେ ଉପରୋକ୍ତ ସର୍ବେକ୍ଷଣ ସଂସ୍ଥା ଓ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏହି ଏକ୍‌ଜିଟ୍‌ ପୋଲ ପ୍ରକାଶ ପାଇଛି। ବୁଥ୍‌ ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ସାମଗ୍ରିକ ଭାବେ ଉକ୍ତ ଆକଳନ କରାଯାଇଛି। ତେବେ କେଉଁ ରାଜ୍ୟ ପାଇଁ କେଉଁ ସର୍ବେକ୍ଷଣ ସଂସ୍ଥାର ଭବିଷ୍ୟବାଣୀ ସତ ହେବ ତାହା ମେ’ ୨ରେ ଭୋଟ ଗଣତି ପରେ ସ୍ପଷ୍ଟ ହେବ। କାରଣ ଅନେକ ସମୟରେ ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ପ୍ରମାଣିତ ହୋଇଥିବା ପୂର୍ବ ଅଭିଜ୍ଞତାରୁ ଜଣାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri