Categories: ଜାତୀୟ

ଡିସେମ୍ବର ସୁଦ୍ଧା ଭାଙ୍ଗିବ ମମତାଙ୍କ ସରକାର, ଶୁଭେନ୍ଦୁଙ୍କ ଦାବି…

କୋଲକାତା, ୧୮।୮ : ପଶ୍ଚିମବଙ୍ଗର ଭେଟେରାନ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଏକ ବଡ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ ଡିସେମ୍ବର ମାସ ବେଳକୁ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାରଙ୍କ ଶେଷ ସମୟ ସୀମା ହେବ। ଡିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଭାଙ୍ଗିଯିବ। ରାଜ୍ୟରେ ମହାରାଷ୍ଟ୍ର ଭଳି ସ୍ଥିତି ହେବ ବୋଲି ତାଙ୍କର ଏହି ମନ୍ତବ୍ୟ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଶୁଭେନ୍ଦୁ କହିଛନ୍ତି ଇଡି ଏବଂ ସିବିଆଇ ସେମାନଙ୍କ କାର୍ଯ୍ୟ କରୁଛନ୍ତି। ତୃଣମୂଳ କଂଗ୍ରେସର ନାମ ନ ନେଇ ସେ କହିଛନ୍ତି ଏହି ଦଳର ସରକାର ରାଜ୍ୟରେ ୬ମାସରୁ ଅଧିକ ସମୟ ଧରି ଚାଲି ପାରିବ ନାହିଁ।

Share