Categories: ଜାତୀୟ

୨୦୨୬ରେ ପୁଣି କ୍ଷମତାକୁ ଫେରିବେ ମମତା: ଅଭିଷେକ ବାନାର୍ଜୀ…

କୋଲକାତା,୩୦।୪ : ତୃଣମୂଳ କଂଗ୍ରେସ (ଟିଏମସି) ଜାତୀୟ ମହାସଚିବ ତଥା ଏମପି ଅଭିଷେକ ବାନାର୍ଜୀ ଦାବି କରିଛନ୍ତି, ୨୦୨୬ ବିଧାନସଭା ନିର୍ବାଚନରେଟିଏମସି ୨୯୪ ଆସନ ମଧ୍ୟରୁ ୨୪୦ ଟି ଆସନ ଜିତିବ ଏବଂ ମମତା ବାନାର୍ଜୀଙ୍କ ସରକାର ପୁଣି ଥରେ ଗଠନ ହେବ। ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀ ଉତ୍ତର ଦିନାଜପୁରରେ ଏକ ସଭାରେ ସମ୍ବୋଧିତ କରିବାବେଳେ ଏହି କଥା କହିଛନ୍ତି। ମମତା ୨୦୨୬ ମସିହାରେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେ।
ଉତ୍ତର ଦିନାଜପୁରବାସୀଙ୍କୁ ଧନ୍ୟବାଦ। ଆପଣମାନେ ଭାଜପାର ମିଥ୍ୟା ଜାଲରେ ପଡ଼ି ନାହାନ୍ତି। ଆପଣ ମମତାଙ୍କ ସରକାର ଗଠନରେ ସାହାଯ୍ୟ କରିଛନ୍ତି। ଚାରି ବର୍ଷ ମଧ୍ୟରେ ଭାଜପା ଏମ୍‌ପି ଉତ୍ତର ଦିନାଜପୁର ଜିଲା ପାଇଁ କିଛି କରିଛନ୍ତି କି? ସେ ଜଣେ ମନ୍ତ୍ରୀ। କିନ୍ତୁ, କିଛି କରିନାହାନ୍ତି । ୨୦୧୯ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଅଭିଷେକ ବାନାର୍ଜୀ କହିଛନ୍ତି, ୨୦୧୯ରେ ଭାଜପା ଧର୍ମ ଆଧାରରେ ବିଭାଜନ କରି ଭୋଟ ପାଇଛି। ଭାଜପା ଭୁଲ ପ୍ରଚାର କରି ଏକ ଅଲଗା ରାଜ୍ୟ ବିଷୟରେ କଥାବାର୍ତ୍ତା କରିଥିଲା। ଲୋକମାନେ ଅନୁଭବ କଲେ, ଯଦି ଅଲଗା ରାଜ୍ୟ ହୋଇଥାନ୍ତା ତେବେ ଅନେକ ସୁଯୋଗ ମିଳିଥାନ୍ତା। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଜିଲାକୁ ଆସି ଏକ ଅଲଗା ରାଜ୍ୟ ଗଠନ କରିବେ ବୋଲି କହିଥିଲେ।

ଭାଜପା ମିଛ କହୁଛି। ଉତ୍ତର ବଙ୍ଗ ଏକ ଅଲଗା ରାଜ୍ୟ ହେବ। ସେମାନେ ଲୋକଙ୍କୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି।

Share