Categories: ଜାତୀୟ

ଡିସେମ୍ବର ୫ରେ ମୋଦିଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ,୨୪।୧୧: ୨୦୨୩ ଜି-୨୦ ଶିଖର ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବ। ଏହାକୁ ନେଇ ଡିସେମ୍ବର ୫ରେ ଦିଲ୍ଲୀରେ ଏକ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ। ସେ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ତ୍ରୁଳମୂଳ କଂଗ୍ରେସ ଅଧ୍ୟକ୍ଷ ଭାବରେ ବୈଠକରେ ଯୋଗ ଦେବି। ଏପରିକି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ବୈଠକରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ ପାଇଁ ରଣନୀତି, ଚୂଡାନ୍ତ ରୂପରେଖ ଉପରେ ଆଲୋଚନା ହେବ।

Share