Categories: ଜାତୀୟ

ମମତାଙ୍କୁ ୫ ଲକ୍ଷ ଜରିମାନା…

କୋଲକାତା,୭।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି। କୋଲକାତା ହାଇକୋର୍ଟଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ବୁଧବାର ଜାରି ହୋଇଛି। ଜଣେ ବିଚାରପତିଙ୍କୁ ଖଣ୍ଡପୀଠରୁ ହଟାଇବା ଲାଗି ଦାବି କରିଥିବାରୁ ହାଇକୋର୍ଟଙ୍କ ପକ୍ଷରୁ ଜରିମାନା ଦଣ୍ଡାଦେଶ କରାଯାଇଛି। ନନ୍ଦିଗ୍ରାମ ବିଧାନସଭା ଆସନରୁ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଲଢ଼ି ପରାଜିତ ହେବା ପରେ ଏହାକୁ ଚ୍ୟାଲେଞ୍ଜ୍‌ କରି ମମତା ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଏହି ମାମଲାର ବିଚାର କରୁଥିବା ଖଣ୍ଡପୀଠରେ ବିଚାରପତି କୌଶିକ୍‌ ଚାନ୍ଦା ରହିଛନ୍ତି। କୌଶିକଙ୍କ ଭାଜପା ସହିତ ସମ୍ପର୍କ ରହିଥିବା ଦର୍ଶାଇ ତାଙ୍କୁ ଖଣ୍ଡପୀଠରୁ ହଟାଇବା ଲାଗି ମମତା ଦାବି କରିଥିଲେ। ଏହି ଦାବିକୁ ହାଇକୋର୍ଟ ଖାରଜ କରିବା ସହିତ ଜରିମାନା ଦଣ୍ଡାଦେଶ କରିଛନ୍ତି।

Share