ବିଗ୍‌-ବି’ଙ୍କ ହାତରେ ରାଖୀ ବାନ୍ଧିଲେ ମମତା

ମୁମ୍ବାଇ: ଆଜି ଅର୍ଥାତ୍‌ ଅଗଷ୍ଟ ୩୦ରେ ସାରା ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଉଛି। ରାଖୀ ହେଉଛି ଭଉଣୀ-ଭାଇଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଏବଂ ଭଲପାଇବାର ପ୍ରତୀକ। ଏହି ଅବସରରେ ଭଉଣୀମାନେ ସମସ୍ତ ଭାଇଙ୍କୁ ରାଖୀ ବାନ୍ଧନ୍ତି ଏବଂ ସେମାନଙ୍କୁ ସବୁବେଳେ ସୁରକ୍ଷା ଦେବା ପାଇଁ ଭାଇଙ୍କଠାରୁ ପ୍ରତିଜ୍ଞା ନିଅନ୍ତି। ଦେଶର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ରୁ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାଖୀ ବାନ୍ଧିବା ପାଇଁ ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ‘ଜଲ୍‌ସା’ଘରେ ପହଞ୍ଚିଥିଲେ।

Raksha Bandhan 2023 West Bengal CM Mamata Banerjee arrives at Jalsa to tie rakhi to KBC host Amitabh Bachchan

ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର ହୋଇଛି। ଯେଉଁଥିରେ ମମତା ଅମିତାଭଙ୍କ ବଙ୍ଗଳାକୁ ତାଙ୍କ ସାଥୀଙ୍କ ସହ ଯାଇ ଦେଖା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଏକ ଗାଡ଼ିରେ ମମତା ଆଗ ସିଟ୍‌ରେ ବସିଥିବାର ନଜର ଆସିଛନ୍ତି। ଅମିତାଭ, ଜୟା ବଚ୍ଚନ ମମତାଙ୍କୁ ତାଙ୍କ ଘରକୁ ଅନେକ ଥର ନିମନ୍ତ୍ରଣ କରିଛନ୍ତି। ଏଥର ମମତା ମୁମ୍ବାଇରେ ଥିବା ବେଳେ ସେ ଅଭିନେତାଙ୍କ ନିମନ୍ତ୍ରଣ ଗ୍ରହଣ କରି ତାଙ୍କ ଘରେ ପହଞ୍ଚିଥିଲେ।

Raksha Bandhan 2023 West Bengal CM Mamata Banerjee arrives at Jalsa to tie rakhi to KBC host Amitabh Bachchan

ମମତା ଘର ଭିତରକୁ ଯାଇ ବିଗ୍‌ ବି’ଙ୍କୁ ରାଖୀ ବାନ୍ଧିବା ପରେ ବାହାରକୁ ଆସୁଛନ୍ତି। ଏହା ପରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିବା ବେଳେ ମମତା ତାଙ୍କ ବାସଭବନରେ ଅମିତାଭଙ୍କ ସହ ସାକ୍ଷାତ ବିଷୟରେ କହିଥିଲେ। ସେ କହିଥିଲେ, ‘ମୁଁ ଆଜି ଖୁସି ଅଟେ। ମୁଁ ଭାରତର ‘ଭାରତ ରତ୍ନ’ ଅମିତାଭ ବଚ୍ଚନଙ୍କୁ ଭେଟି ରାଖୀ ବାନ୍ଧିଲି। ମୁଁ ଏହି ପରିବାରକୁ ବହୁତ ଭଲ ପାଏ। ସେମାନେ ଭାରତର ଏକ ନମ୍ବର ପରିବାର ଏବଂ ବହୁ ଅବଦାନ ଦେଇଛନ୍ତ। ମୁଁ ସେମାନଙ୍କୁ ଦୁର୍ଗା ପୂଜା ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବାକୁ ମଧ୍ୟ ନିମନ୍ତ୍ରଣ କରିଛି। କହିରଖୁଛୁ, ମମତା ଅମିତାଭଙ୍କୁ ଭାରତ ରତ୍ନ ବୋଲି ଡାକନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri