Categories: ଜାତୀୟ

ଧାଡ଼ିରେ ଛିଡ଼ା ହେଲେ ମମତା

କୋଲକାତା, ୬ା୧: ‘ସ୍ବାସ୍ଥ୍ୟ ସାଥୀ’ ସ୍ମାର୍ଟ କାର୍ଡ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କୋଲକାତା ମ୍ୟୁନିସିପାଲିଟି କାର୍ଡ ବଣ୍ଟନ କେନ୍ଦ୍ରରେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ନଗର ଉନ୍ନୟନ ମନ୍ତ୍ରୀ ଫିର୍‌ହାଦ ହାକିମ ଏବଂ ଅନ୍ୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ମମତା ପୂର୍ବାହ୍ନ ୧୧ଟା ୪୫ରେ ଉକ୍ତ କେନ୍ଦ୍ରରେ କାର୍ଡ ନେବାକୁ ସାଧାରଣ ଲୋକଙ୍କ ସହ ଲାଇନ ଲଗାଇଥିଲେ। ରାଜ୍ୟ ସରକାରଙ୍କ ଯୋଜନାରେ ଲୋକଙ୍କୁ ଏହି କାର୍ଡ ଯୋଗେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁବିଧା ଯୋଗାଯିବାର ବ୍ୟବସ୍ଥା ହୋଇଛି। ତେବେ ମମତାଙ୍କ ଏହି କାର୍ଯ୍ୟକୁ ଡ୍ରାମା ବୋଲି କହି ସମାଲୋଚନା କରିଛନ୍ତି ରାଜ୍ୟ ଭାଜପା ସଭାପତି ଦିଲୀପ ଘୋଷ। ସୂଚନାଯୋଗ୍ୟ, କିଛି ଦିନ ପରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

Share