Posted inଜାତୀୟ

କେନ୍ଦ୍ରୀୟ ଯୋଜନାର ଅର୍ଥ ହେରଫେର କରୁଛନ୍ତି ମମତା ସରକାର…

ନୂଆଦିଲ୍ଲୀ, ୬।୮ : ପଶ୍ଚିମବଙ୍ଗର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟ ଯୋଜନା ଅନ୍ତର୍ଗତ ଗ୍ରହଣ କରାଯାଇଥିବା ଅର୍ଥର ଅପବ୍ୟବହାର ଏବଂ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି। ସେ ଶନିବାର ଟୁଇଟ କରି କହିଛନ୍ତି, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଯୋଜନା ପାଇଁ ଆବଣ୍ଟିତ ଅର୍ଥର ଅପବ୍ୟବହାର କରିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ଏକ ଟ୍ରେଡ ମାର୍କ ପାଲଟିଛି।

ରାଜ୍ୟରେ ଘଟୁଥିବା ଏହି ବଡ ଦୁର୍ନୀତି ପ୍ରତି ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ବାବଦରେ ଏକ ଚିଠି ଲେଖିଛି ବୋଲି ସେ କହିଛନ୍ତି। ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାର ଅମ୍ଫନ ଏବଂ ୟାସ ଭଳି ପ୍ରାକୃତିକ ବିପର୍ଯ୍ୟୟ, କୋଭିଡ ମହାମାରୀ ଭଳି ସ୍ବାସ୍ଥ୍ୟ ବିପର୍ଯ୍ୟୟରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ରାଜ୍ୟକୁ ଆସିଥିବା ସହାୟତାକୁ ହଡ଼ପ କରିଛନ୍ତି।

ଭାଜପା ନେତା ଶୁଭେନ୍ଦୁ କହିଛନ୍ତି ଯେ ବର୍ତ୍ତମାନର ପଶ୍ଚିମବଙ୍ଗ ସରକାର ମନେରଗା ଟଙ୍କାର ହରଫେର କରିଛନ୍ତି। ଅର୍ଥର ଅପବ୍ୟବହାର କରିବା ଲାଗି ଚାରା ରୋପଣ ଭଳି ଏକ ନୂତନ ଉପାୟ ଆପଣାଯାଇଛି। ରାଜ୍ୟ ସରକାର ସୁନ୍ଦରୀଗଛ ଚାରା ଅବା ଫଳ ଗଛ ଚାରା ଲଗାଇବା ନାମରେ କେନ୍ଦ୍ରୀୟ ଯୋଜନାର ପାଣ୍ଠିରୁ କୋଟି କୋଟି ଟଙ୍କା ଠକେଇ କରୁଛନ୍ତି। ଯାଞ୍ଚ ସମୟରେ ଅଧିକାରୀମାନେ କହିଛନ୍ତି ଯେ ବାତ୍ୟାରେ ଚାରାଗୁଡ଼ିକ ନଷ୍ଟ ହୋଇ ଯାଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ ରାଜ୍ୟରେ ଯୋଜନାବଦ୍ଧ ଭାବେ କେନ୍ଦ୍ରୀୟ ଯୋଜନାଗୁଡ଼ିକର ମୂଳ ନାମ ପରିବର୍ତ୍ତନ କରାଯାଇଛି। କେନ୍ଦ୍ରୀୟ ଯୋଜନା ପାଇଁ ରାଜ୍ୟର ତୃଣମୂଳ ସରକାର ତାଙ୍କର ନାମ ବ୍ୟବହାର କରୁଛନ୍ତି। ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାକୁ ଗ୍ରାମୀଣ ସଡ଼କ ଯୋଜନା ଭାବରେ ନାମିତ କରାଯାଇଛି। କୋଭିଡ ମହାମାରୀ ଲଢ଼େଇ ସମୟରେ ଯନ୍ତ୍ରପାତି କ୍ରୟରେ ପ୍ରାୟ ୨୦୦୦ କୋଟି ଟଙ୍କା ଠକେଇ ହୋଇଛି।

ତାହାର ସଠିକ ଅନୁସନ୍ଧାନ ହେବା ଉଚିତ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ପଶ୍ଚିମବଙ୍ଗରେ ବିଭିନ୍ନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ବିଶେଷ କରି ମନରେଗା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏବଂ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଇତ୍ୟାଦିରେ ବହୁ ଦୁର୍ନୀତିର ପ୍ରର୍ଦ୍ଦାଫାଶ୍‌ ପ୍ରକାଶ ପାଉଛି। ଏହା ଏକ ଜଣାଶୁଣା ସତ୍ୟ ଯେ, ମନରେଗା ଅଧୀନରେ ହୋଇଥିବା କାର୍ଯ୍ୟଗୁଡ଼ିକୁ କାର୍ଯ୍ୟକାରୀ ନକରି ମିଥ୍ୟା ଦେୟ ପ୍ରମାଣପତ୍ର ପଠାଯାଇଥିଲା। କୋଟି କୋଟି ଟଙ୍କା ଠକିବା ପାଇଁ ମନରେଗା ପାଣ୍ଠି ଅପବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri