Posted inଜାତୀୟ

ଫୁଟ୍‌ବଲ୍‌ ଖେଳିଲେ ଦିଦି

କୋଲକତା,୩।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଇନଡୋର ଷ୍ଟାଡିୟମରେ ‘ଖେଲାଶ୍ରୀ ଯୋଜନା’ ଆରମ୍ଭ କରିଛନ୍ତି। ଏହି ଅବସରରେ ତାଙ୍କ ମଞ୍ଚ ଉପରେ ଫୁଟବଲ ଖେଳୁଥିବାର ନଜର ଆସିଥିଲେ। ଏହି ସମୟରେ ସେ କହିଛନ୍ତି ଯେ, ଖେଲା ହୋବେ ଦିବସ ପ୍ରତିବର୍ଷ ୧୬ ଅଗଷ୍ଟରେ ପାଳନ କରାଯିବ। ‘ଖେଲାଶ୍ରୀ ଯୋଜନା’ର ଆରମ୍ଭ ପରେ ସେ କହିଥିଲେ ଯେ, ଏହାକୁ ବିଶ୍ୱାସ କର ବା ନକର କିନ୍ତୁ ଖେଲା ହୋବେ ଦେଶରେ ବହୁତ ଲୋକପ୍ରିୟ ହୋଇପାରିଛି। ଏହା ଦେଶର ସଂସଦରୁ ବାହାରି ଏବେ ଧୀରେ ଧୀରେ ଏହା ପ୍ରତ୍ୟେକ ରାଜ୍ୟରେ ଲୋକପ୍ରିୟ ହୋଇଯାଇଛି।
୧୯୮୦ ମସିହାରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ଦଳଚକଡାରେ ନିହତ ଫୁଟବଲ ପ୍ରଶଂସକଙ୍କ ସ୍ମୃତିରେ ୧୬ ଅଗଷ୍ଟରେ ଖେଲା ହୋବେ ଦିବସ ପାଳନ କରାଯିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି। ଏହା ମଧ୍ୟ ଲୋକଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି। ସରକାର ୨୫ ହଜାର କ୍ଲବକୁ ୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବେ ଏବଂ ଏଥି ସହ ନୂତନ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ, ପୁରୁଣା ଷ୍ଟାଡିୟମର ନବୀକରଣ, ବିଭିନ୍ନ ମଲ୍ଟି ଜିମ ଏବଂ ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri