Categories: ଜାତୀୟ

ମୋଦିଙ୍କୁ ଖୁସି କରିବା ମମତା ଦିଦିଙ୍କ ଲକ୍ଷ୍ୟ: ଅଧିର ରଞ୍ଜନ…

ନୂଆଦିଲ୍ଲୀ,୨୦।୩ : ୨୦୨୪ ନିର୍ବାଚନ ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ମମତା ବାନାର୍ଜୀ କହିଛନ୍ତି, ଯଦି ରାହୁଲ ବିରୋଧୀ ଦଳର ନେତା ରହିବେ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେହି ପରାସ୍ତ କରିପାରିବେ ନାହିଁ। କାରଣ ରାହୁଲ ହେଉଛନ୍ତି ମୋଦିଙ୍କର ସବୁଠାରୁ ବଡ ଟିଆରପି। ମମତାଙ୍କ ଏଭଳି ମନ୍ତବ୍ୟ ନେଇ ଏବେ କଂଗ୍ରେସ ଏହାର ଜବାବ ଦେଇଛି।

କଂଗ୍ରେସ ଏମ୍‌ପି ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ମମତା ବାନାର୍ଜୀ ବଙ୍ଗଳାରେ ପ୍ରମାଣ କରିଛନ୍ତି ଯେ ତାଙ୍କ ସହ  ପିଏମ ମୋଦିଙ୍କ ର ଏକ ଚୁକ୍ତି ହୋଇଛି।

କଂଗ୍ରେସ- ରାହୁଲ ଗାନ୍ଧୀଙ୍କୁ ଧ୍ୱଂସ କରିବା ଏବଂ ସେମାନଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବା ସେମାନଙ୍କର ଉଦ୍ଦେଶ୍ୟ। ଇତି ମଧ୍ୟରେ ମମତାଙ୍କ ସ୍ଲୋଗାନ ବଦଳିଛି। ସେ ଇଡି-ସିବିଆଇଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ଯିଏ କଂଗ୍ରେସକୁ ବିରୋଧ କରିବ ମୋଦି ଖୁସି ହେବେ। ତେଣୁ ଏବେ ମମତା ଦିଦିଙ୍କର ସବୁଠାରୁ ବଡ ଲକ୍ଷ୍ୟ ହେଉଛି ପିଏମ ମୋଦିଙ୍କୁ ଖୁସି କରିବା।

\

Share