Categories: ଜାତୀୟ

ମଞ୍ଚକୁ ଗଲେନି ମମତା

କୋଲକାତା,୩୧ା୧୨: ପଶ୍ଚିମବଙ୍ଗର ହାଓଡ଼ା ଷ୍ଟେଶନରେ ଶୁକ୍ରବାର ସକାଳେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା। ସେଠାରୁ ନ୍ୟୁ ଜଲପାଇଗୁଡ଼ିକୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲି ଶୁଭାରମ୍ଭ କରିଛନ୍ତି। ରେଳଷ୍ଟେଶନଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ କେତେଜଣ ଜୟ ଶ୍ରୀରାମ ସ୍ଲୋଗାନ ଦେବାରୁ ଏଥିରେ କ୍ଷୁବ୍ଧ ହୋଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଞ୍ଚକୁ ଯିବାକୁ ମନା କରିଦେଇଥିଲେ। ସେଠାରେ ଉପସ୍ଥିତ ଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ମୁଖ୍ୟମନ୍ତ୍ରୀଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ମମତା ଦର୍ଶକଙ୍କ ମଧ୍ୟରେ ଗୋଟିଏ ଚେୟାରରେ ବସିଥିଲେ। ହାଓଡ଼ାରୁ ନ୍ୟୁ ଜଲପାଇଗୁଡ଼ି ଚାଲିବାକୁ ଥିବା ପଶ୍ଚିମବଙ୍ଗର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ସମେତ ଅନେକ ଉନ୍ନୟନମୂଳକ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶୁକ୍ରବାର ଭର୍ଚୁଆଲି ଉଦ୍‌ଘାଟନ କରିଛନ୍ତି।

Share