Categories: ଜାତୀୟ

ଇନ୍ଦିରା ଗାନ୍ଧୀ ଚନ୍ଦ୍ରକୁ ଯାଇଥିଲେ କହି ମମତା ସମାଲୋଚିତ

କୋଲକାତା, ୩୦ା୮: ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୁଲ୍‌ବଶତଃ ପ୍ରଥମ ଭାରତୀୟ ମହାକାଶଚାରୀଙ୍କ ନାଁ ରାକେଶ ଶର୍ମା ବଦଳରେ ଚଳଚ୍ଚିତ୍ର ନିର୍ମାତା ରାକେଶ ରୋଶନ କହି ସମାଲୋଚିତ ହୋଇଥିଲେ। ସୋମବାର ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ ପ୍ରତିଷ୍ଠା ଦିବସ ରାଲିକୁ ଉଦ୍‌ବୋଧନ ଦେବାବେଳେ ଟିଏମ୍‌ସି ନେତ୍ରୀ ଆଉ ଏକ ବିଚିତ୍ର ମନ୍ତବ୍ୟ ଦେଇଛନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚନ୍ଦ୍ରକୁ ଯାଇଥିଲେ ବୋଲି ସେ କହିଛନ୍ତି। ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ଭାରତର ପ୍ରଥମ ମହାକାଶ ଯାତ୍ରାକୁ ମନେ ପକାଇ ମମତା କହିଥିଲେ, ଯେତେବେଳେ ଇନ୍ଦିରା ଚନ୍ଦ୍ରରେ ପହଞ୍ଚତ୍ଲେ ସେତେବେଳେ ରାକେଶଙ୍କୁ ପଚାରିଥିଲେ, ସେଠାରୁ ହିନ୍ଦୁସ୍ଥାନ କିପରି ଦେଖାଯାଉଛି। ରାକେଶ ‘ସାରେ ଜହାଁ ସେ ଅଚ୍ଛା’ ବୋଲି ଉତ୍ତର ରଖିଥିବା ମମତା କହିଥିଲେ।

Share