Posted inଜାତୀୟ

୫୧ ଡାକ୍ତରଙ୍କ ଏଣ୍ଟ୍ରିକୁ ବ୍ୟାନ କଲେ ମମତା, ରହିଛି ସନ୍ଦୀପ କନେକଶନ

କୋଲକାତା,୧୦।୯: କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସଡ଼କଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ରହିଛି ଉତ୍ତେଜନା। ତେବେ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ହେଲେ ହସ୍ପିଟାଲର ୫୧ ଜଣ ଡାକ୍ତରଙ୍କ ଏଣ୍ଟ୍ରିକୁ ବ୍ୟାନ କରାଯାଇଛି। ହଁ ପଶ୍ଚିମବଙ୍ଗର ମମତା ସରକାର ୫୧ ଜଣ ଡାକ୍ତର ଓ ପିଜିଟି ଷ୍ଟୁଡେଣ୍ଟଙ୍କ ଆରଜି କର ହସ୍ପିଟାଲରେ ଏଣ୍ଟ୍ରି ଉପରେ ବ୍ୟାନ ଲଗାଇଛନ୍ତି। ଏମାନେ ନା ହସ୍ପିଟାଲ ଭିତରେ ପ୍ରବେଶ କରିପାରିବେ ନା ହସ୍ପିଟାଲର କୌଣସି ଆକ୍ଟିଭିଟିଜରେ ଭାଗ ନେଇ ପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କର ସନ୍ଦୀପ ଘୋଷ କନେକସନ ରହିଛି। ମମତା ସରକାର ଏମିତି ସମୟରେ ଏହି ବ୍ୟାନ ଲଗାଇଛନ୍ତି, ଯେତେବେଳେ ସୁପ୍ରିମକୋର୍ଟ ଆନ୍ଦୋଳନ ରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି।

ସୂଚନାଯୋଗ୍ୟ, ୫୧ ଡାକ୍ତର-ପିଜିଟି ଛାତ୍ରଙ୍କୁ ଆରଜି କର ହସ୍ପିଟାଲରେ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁହାଯାଇଥିଲା ଯେ ଏହି ଡାକ୍ତରୀ ଛାତ୍ରମାନଙ୍କ ମଧ୍ୟରୁ ଅନେକ କିଛି ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ପଚରାଉଚରା ଶେଷ ହେବା ପରେ ହିଁ ଆସିବାକୁ କୁହାଯାଇଛି। ସୂତ୍ରରୁ ପ୍ରକାଶ ଯେ ଏହି ଡାକ୍ତରମାନେ ସନ୍ଦୀପ ଘୋଷ ଲବିଙ୍କର। ଅର୍ଥାତ୍‌ ସନ୍ଦୀପ ଘୋଷଙ୍କ ସହ ଜଡିତ ଥିବା ଡାକ୍ତରଙ୍କ ପ୍ରବେଶ ଉପରେ ମମତା ସରକାର ବାରଣ କରିଛନ୍ତି। ତେବେ ଏକ ଘରେଶଇ ଟେଲିଭିଜନ ଚ୍ୟାନେଲ ନିକଟରେ ମମତା ସରକାରଙ୍କ ଆଦେଶର ଏକ ନକଲ ଅଛି ବୋଲି କୁହାଯାଉଛି, ଯେଉଁଥିରେ ଏହା ଉଲ୍ଲେଖ କରାଯାଇଛି । ୯ସେପ୍ଟେମ୍ବର ୨୦୨୪ରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ସ୍ବତନ୍ତ୍ର ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଆରଜି କର ମେଡିକାଲ କଲେଜ ଏହି ନିଷ୍ପତ୍ତି ନେଇଥିଲା।
ଏହି ନିର୍ଦ୍ଦେଶ ଅନୁଯାୟୀ, ହସ୍ପିଟାଲ କହିଛି ଯେ ଏହା ଆମ ନଜରକୁ ଆସିଛି ଯେ କେତେଜଣ ଡାକ୍ତର ଏପରି ଆଚରଣ ପ୍ରଦର୍ଶନ କରୁଛନ୍ତି ଯାହା ଭୟଭୀତ ସଂସ୍କୃତିକୁ ପ୍ରୋତ୍ସାହିତ କରିଥାଏ, ଯାହା ଦ୍ୱାରା ଅନୁଷ୍ଠାନର ଗଣତାନ୍ତ୍ରିକ ପରିବେଶ ବିପଦରେ ପଡିଥାଏ। ତେଣୁ ସମ୍ପୃକ୍ତ ଡାକ୍ତର ଏବଂ ଛାତ୍ରମାନେ ସେମାନଙ୍କର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ୧୧ ସେପ୍ଟେମ୍ବର ୨୦୨୪ରେ ଅନୁସନ୍ଧାନ କମିଟି ନିକଟରେ ନିଜକୁ ଉପସ୍ଥାପନ କରିବା ଆବଶ୍ୟକ। ସ୍ବତନ୍ତ୍ର ପରିଷଦ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଯାଞ୍ଚ କମିଟି ସେମାନଙ୍କୁ ପଚରାଉଚରା ନକରିବା ପର୍ଯ୍ୟନ୍ତ ସେମାନଙ୍କୁ ଅନୁଷ୍ଠାନରେ ପ୍ରବେଶ କରିବାକୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ, ସେମାନେ ହସ୍ପିଟାଲର କୌଣସି କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ । ଏହି କ୍ରମରେ ୫୧ ଡାକ୍ତର-ଛାତ୍ରଙ୍କ ସମ୍ପୂର୍ଣ୍ଣ ତାଲିକା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri