Posted inଜାତୀୟ

୫୧ ଡାକ୍ତରଙ୍କ ଏଣ୍ଟ୍ରିକୁ ବ୍ୟାନ କଲେ ମମତା, ରହିଛି ସନ୍ଦୀପ କନେକଶନ

କୋଲକାତା,୧୦।୯: କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସଡ଼କଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ରହିଛି ଉତ୍ତେଜନା। ତେବେ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ହେଲେ ହସ୍ପିଟାଲର ୫୧ ଜଣ ଡାକ୍ତରଙ୍କ ଏଣ୍ଟ୍ରିକୁ ବ୍ୟାନ କରାଯାଇଛି। ହଁ ପଶ୍ଚିମବଙ୍ଗର ମମତା ସରକାର ୫୧ ଜଣ ଡାକ୍ତର ଓ ପିଜିଟି ଷ୍ଟୁଡେଣ୍ଟଙ୍କ ଆରଜି କର ହସ୍ପିଟାଲରେ ଏଣ୍ଟ୍ରି ଉପରେ ବ୍ୟାନ ଲଗାଇଛନ୍ତି। ଏମାନେ ନା ହସ୍ପିଟାଲ ଭିତରେ ପ୍ରବେଶ କରିପାରିବେ ନା ହସ୍ପିଟାଲର କୌଣସି ଆକ୍ଟିଭିଟିଜରେ ଭାଗ ନେଇ ପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କର ସନ୍ଦୀପ ଘୋଷ କନେକସନ ରହିଛି। ମମତା ସରକାର ଏମିତି ସମୟରେ ଏହି ବ୍ୟାନ ଲଗାଇଛନ୍ତି, ଯେତେବେଳେ ସୁପ୍ରିମକୋର୍ଟ ଆନ୍ଦୋଳନ ରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି।

ସୂଚନାଯୋଗ୍ୟ, ୫୧ ଡାକ୍ତର-ପିଜିଟି ଛାତ୍ରଙ୍କୁ ଆରଜି କର ହସ୍ପିଟାଲରେ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁହାଯାଇଥିଲା ଯେ ଏହି ଡାକ୍ତରୀ ଛାତ୍ରମାନଙ୍କ ମଧ୍ୟରୁ ଅନେକ କିଛି ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ପଚରାଉଚରା ଶେଷ ହେବା ପରେ ହିଁ ଆସିବାକୁ କୁହାଯାଇଛି। ସୂତ୍ରରୁ ପ୍ରକାଶ ଯେ ଏହି ଡାକ୍ତରମାନେ ସନ୍ଦୀପ ଘୋଷ ଲବିଙ୍କର। ଅର୍ଥାତ୍‌ ସନ୍ଦୀପ ଘୋଷଙ୍କ ସହ ଜଡିତ ଥିବା ଡାକ୍ତରଙ୍କ ପ୍ରବେଶ ଉପରେ ମମତା ସରକାର ବାରଣ କରିଛନ୍ତି। ତେବେ ଏକ ଘରେଶଇ ଟେଲିଭିଜନ ଚ୍ୟାନେଲ ନିକଟରେ ମମତା ସରକାରଙ୍କ ଆଦେଶର ଏକ ନକଲ ଅଛି ବୋଲି କୁହାଯାଉଛି, ଯେଉଁଥିରେ ଏହା ଉଲ୍ଲେଖ କରାଯାଇଛି । ୯ସେପ୍ଟେମ୍ବର ୨୦୨୪ରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ସ୍ବତନ୍ତ୍ର ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଆରଜି କର ମେଡିକାଲ କଲେଜ ଏହି ନିଷ୍ପତ୍ତି ନେଇଥିଲା।
ଏହି ନିର୍ଦ୍ଦେଶ ଅନୁଯାୟୀ, ହସ୍ପିଟାଲ କହିଛି ଯେ ଏହା ଆମ ନଜରକୁ ଆସିଛି ଯେ କେତେଜଣ ଡାକ୍ତର ଏପରି ଆଚରଣ ପ୍ରଦର୍ଶନ କରୁଛନ୍ତି ଯାହା ଭୟଭୀତ ସଂସ୍କୃତିକୁ ପ୍ରୋତ୍ସାହିତ କରିଥାଏ, ଯାହା ଦ୍ୱାରା ଅନୁଷ୍ଠାନର ଗଣତାନ୍ତ୍ରିକ ପରିବେଶ ବିପଦରେ ପଡିଥାଏ। ତେଣୁ ସମ୍ପୃକ୍ତ ଡାକ୍ତର ଏବଂ ଛାତ୍ରମାନେ ସେମାନଙ୍କର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ୧୧ ସେପ୍ଟେମ୍ବର ୨୦୨୪ରେ ଅନୁସନ୍ଧାନ କମିଟି ନିକଟରେ ନିଜକୁ ଉପସ୍ଥାପନ କରିବା ଆବଶ୍ୟକ। ସ୍ବତନ୍ତ୍ର ପରିଷଦ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଯାଞ୍ଚ କମିଟି ସେମାନଙ୍କୁ ପଚରାଉଚରା ନକରିବା ପର୍ଯ୍ୟନ୍ତ ସେମାନଙ୍କୁ ଅନୁଷ୍ଠାନରେ ପ୍ରବେଶ କରିବାକୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ, ସେମାନେ ହସ୍ପିଟାଲର କୌଣସି କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ । ଏହି କ୍ରମରେ ୫୧ ଡାକ୍ତର-ଛାତ୍ରଙ୍କ ସମ୍ପୂର୍ଣ୍ଣ ତାଲିକା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri