Categories: ଜାତୀୟ

‘ନିର୍ବାଚନ ପରେ ଜୟ ଶ୍ରୀ ରାମ ଜପ କରିବେ ଦିଦି’

କୋଲକାତା, ୧୧।୨- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଦିଦି) ‘ଜୟ ଶ୍ରୀ ରାମ’ ଜପ କରିବେ। ପଶ୍ଚିମବଙ୍ଗର କୁଚ ବିହାରରେ ଏକ ରାଲିକୁ ଗୁରୁବାର ସମ୍ବୋଧନ ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଏଭଳି କହିଛନ୍ତି।

‘ଜୟ ଶ୍ରୀ ରାମ’ ସ୍ଲୋଗାନ ବିବାଦ ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଯଦି ଭାରତରେ ‘ଜୟ ଶ୍ରୀ ରାମ’ ଜପ କରାଯିବ ନାହିଁ, ତ’ କଣ ପାକିସ୍ତାନରେ କରାଯିବ? ମୁଖ୍ୟମନ୍ତ୍ରୀ ମମତା ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଉପରେ ରାଗୁଛନ୍ତି। କିନ୍ତୁ ବିଧାନସଭା ନିର୍ବାଚନ ପରେ ଦିଦି ଜୟ ଶ୍ରୀ ରାମ ଜପ କରିବା ଆରମ୍ଭ କରିବେ। ଆଉ ରାଜ୍ୟରେ ୨୯୪ ଆସନରୁ ୨୦୦ ସିଟ୍‌ ଭାଜପା ଜିତିବ ବୋଲି ଦାବି କରିଛନ୍ତି। ଉଲ୍ଲେଖଥାଉ କି, ଗତ ଜାନୁୟାରୀରେ ଏକ ପ୍ରୋଗ୍ରାମରେ ପ୍ରଧାନମନ୍ତ୍ରୀଙ୍କ ସହ ମମତା ଯୋଗଦେଇଥିବା ବେଳେ ଉପସ୍ଥିତ ଭାଜପା କର୍ମୀମାନେ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଇଥିଲେ। ଏଥିଯୋଗୁ ଉତ୍‌କ୍ଷିପ୍ତ ହୋଇ ଭାଷଣ ଦେବାକୁ ମନା କରି ଦେଇଥିଲେ ମମତା।

Share