Categories: ଜାତୀୟ

ଇଦରେ ଶପଥ ନେଲେ ମମତା

କୋଲକାତା,୨୨।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଦ ଅବସରରେ ଏକ ଶପଥ ନେଇଛନ୍ତି। ମମତା କହିଛନ୍ତି, ଆମେ ଦେଶକୁ ଭାଗ ଭାଗ ହେବାକୁ ଦେବୁନାହିଁ। ସେ କହିଛନ୍ତି, ମୁଁ ଇଦରେ ଶପଥ ନେଉଛି ନିଜର ଜୀବନ ପଛେ ଦେଇଦେବି ହେଲେ ଦେଶକୁ ଭାଗ ଭାଗ ହେବାକୁ ଦେବି ନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ରେଡ ରୋଡରେ ଇଦର ନମାଜ ପରେ ଏକ ସଭାକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ଜନତାଙ୍କୁ ଏକାଠି ହେବାକୁ ଓ ୨୦୨୪ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବାକୁ ସେ ଅପିଲ କରିଛନ୍ତି।

ମମତା କହିଛନ୍ତି, ଆମେ ପଶ୍ଚିମବଙ୍ଗରେ ଶାନ୍ତି ଚାହୁଁଛୁ, ଦଙ୍ଗା ନୁହେଁ, ଆମେ ଦେଶକୁ ଭାଗ ଭାଗ କରିବାକୁ ଚାହୁଁନୁ, ଆମେ ଶାନ୍ତି ଚାହୁଁଛୁ। କେତେଜଣ ଲୋକେ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି ଓ ଘୃଣ୍ୟ ରାଜନୀତି କରିବାକୁ ଚାହୁଁଛନ୍ତି। ମୁଁ ମୋର ଜୀବନ ଦେବାକୁ ପ୍ରସ୍ତୁତ ଅଛି ହେଲେ ଦେଶକୁ ଭାଗ ଭାଗ ହେବାକୁ ଦେବି ନାହିଁ।
ଏହି ସମୟରେ ମମତା ଭାରତୀୟ ଜନତା ପାର୍ଟି(ଭାଜପା)କୁ ଦଙ୍ଗା କରୁଥିବା ଦଳ ବୋଲି କହିଛନ୍ତି। ମୁଁ କେବଳ ଏତିକି କହିବାକୁ ଚାହୁଁଛି କି ବାସ ଶାନ୍ତ ରୁହନ୍ତୁ। କାହା କଥା ଶୁଣନ୍ତୁ ନାହିଁ। ଦଙ୍ଗା କରୁଥିବା ଏକ ଦଳ ସହ ମୋତେ ଲଢିବାର ଅଛି, ଏଜେନ୍ସି ଗୁଡିକ ସହ ବି ଲଢିବାର ଅଛି, ମୁଁ ମୋର ଶକ୍ତି ବଳରେ ସେମାନଙ୍କ ସହ ଲଢୁଛି, ସେମାନଙ୍କ ସାମ୍ନାରେ ନଇଁବି ନାହିଁ ବୋଲି ମମତା କହିଛନ୍ତି।

Share