Categories: ଜାତୀୟ

ମମତାଙ୍କ ବଡ ବୟାନ, ଟିଏମସି ଏକେଲା ଲଢିବ ଲୋକ ସଭା ନିର୍ବାଚନ

କୋଲକାତା,୩ ।୩: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବିରୋଧି ଏକାଠି ହେଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ଏହାକୁ ଏକ ବଡ ଝଟକା ଦେଇଛନ୍ତି । ଗୁରୁବାର ସେ କହିଛନ୍ତି ତ୍ରୁଣମୂଳ କଂଗ୍ରେସ(ଟିଏମସି) ୨୦୨୪ର ଲୋକ ସଭା ନିର୍ବାଚନ ଏକେଲା ଲଢିବ, କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବ ନାହିଁ । ଟିଏମସିର ମେଣ୍ଟ ଜନତାଙ୍କ ସହ ହେବ ।
ସେ ଆହୁରି ମଧ୍ୟ କହିଛନ୍ତି ଯଦି ଲୋକେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗାଦିଚ୍ୟୁତ କରିବାକୁ ଚାହୁଁଛନ୍ତି ତେବେ ଆମକୁ ଭୋଟ ଦେବେ । ସେ ଦାବି କରିଛନ୍ତି ଯେ ଜନତା ଆମ ସହ ରହିଛନ୍ତି । ମମତାଙ୍କ ଏହି ବୟାନ ସାଗରଦିଘି ଉପନିର୍ବାଚନରେ କଂଗ୍ରେସର ବାୟରନ ବିଶ୍ୱାସଙ୍କ ପ୍ରାୟ ୨୩,୦୦୦ ଭୋଟରେ ବିଜୟ ପରେ ଆସିଛି ।

 

Share