Categories: ଜାତୀୟ

ବିଭାଜନ ନୁହେଁ, ଆମେ ଲୋକଙ୍କୁ କରୁ ଏକଜୁଟ: ମମତା

କୋଲକତା,୨୧।୧୨: ଆମେ ଲୋକଙ୍କୁ ବିଭାଜନ କରୁନାହୁଁ ବରଂ ସେମାନଙ୍କୁ ଏକଜୁଟ କରୁଛୁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କୋଲକାତାରେ ଖ୍ରୀଷ୍ଟମାସ ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମମତା କହିଛନ୍ତି, ବଙ୍ଗଳା ଏପରି ଏକ ସ୍ଥାନ ଯେଉଁଠାରେ ଲୋକମାନେ କେବଳ ବିଭିନ୍ନ ଧର୍ମ ଅନୁସରଣ କରନ୍ତି ନାହିଁ ବରଂ ଏକତ୍ର ଉତ୍ସବ ମଧ୍ୟ ପାଳନ କରନ୍ତି। ଏଠାରେ ଲୋକେ ନିଜ ଧାର୍ମିକ ପରିଚୟ ଆଧାରରେ ବଣ୍ଟା ହୁଅନ୍ତି ନାହିଁ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପଶ୍ଚିମବଙ୍ଗରେ ନୂଆ ବର୍ଷରେ ଆୟୋଜିତ ହେବାକୁ ଥିବା ଗଙ୍ଗାସାଗର ମେଳା ସମ୍ପର୍କରେ ବିଶେଷ ସୁବିଧା ଘୋଷଣା କରିଛନ୍ତି। ଗଙ୍ଗାସାଗରରେ ପ୍ରଥମ ଥର ପାଇଁ ସବୁଜ କରିଡର ନିର୍ମାଣ କରାଯିବ।
ଏଥର ଗଙ୍ଗାସାଗରରେ ସମସ୍ତ ରେକର୍ଡ ଭାଙ୍ଗିଯିବ ବୋଲି ଆଶା କରାଯାଉଛି। ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟ ସୁବିଧାକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ ସମ୍ପର୍କରେ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଛି। ପ୍ରତ୍ୟେକ ଥର ବହୁ ସଂଖ୍ୟାରେ ଭକ୍ତ ଗାଙ୍ଗାସାଗରକୁ ଗାଧୋଇବାକୁ ଯାଆନ୍ତି, କିନ୍ତୁ କରୋନା ମହାମାରୀ ହେତୁ ଗତ ଦୁଇ ବର୍ଷ ଧରି ଭକ୍ତମାନେ ପହଞ୍ଚି ପାରିନଥିଲେ, ତେଣୁ ଚଳିତ ବର୍ଷ ଗଙ୍ଗାସାଗରରେ ବହୁ ସଂଖ୍ୟାରେ ଜନସମାଗମ ହେବାର ଆଶଙ୍କା ରହିଛି।

Share